କାଳ ସାଜିଲା ଲଗାଣ ବର୍ଷା: ମାଟି କାନ୍ଥ ତଳେ ଚାପି ହୋଇଗଲେ ବୃଦ୍ଧା-ବୃଦ୍ଧ

ଲଗାଣ ବର୍ଷା ୨ଟି ପରିବାର ପାଇଁ ଅଭିଶାପ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ମାଟି କାନ୍ଥ ଭୁଶୁଡ଼ିଛି। ଏହି ଅପ୍ରୀତିକର ଘଟଣାରେ ଜଣେ ବୃଦ୍ଧା ଓ ଅନ୍ୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

788d2c9c-858f-4b6e-b80f-dd02c51e648a

କୋଇଡ଼ା: ଲଗାଣ ବର୍ଷା ୨ଟି ପରିବାର ପାଇଁ ଅଭିଶାପ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ମାଟି କାନ୍ଥ ଭୁଶୁଡ଼ିଛି। ଏହି ଅପ୍ରୀତିକର ଘଟଣାରେ ଜଣେ ବୃଦ୍ଧା ଓ ଅନ୍ୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବନଦୁଇ ବାଗେ (୭୦) ଓ ଦମାଣି ସେଠ୍‌।

କୋଇଡା ବ୍ଲକ କାଲଟା ଫାଣ୍ଡି ଲୋହାରତୋଡା ଗାଁରେ ଜଣେ ବୟସ୍କ ବ୍ୟକ୍ତି ବନଦୁଇ ବାଗେ ଘରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

788d2c9c-858f-4b6e-b80f-dd02c51e648a

ସେହିପରି ମୋଟୁହନୁମାନ ଗ୍ରାମରେ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ମୋଟୁହନୁମାନ ଗ୍ରାମର ଦମାଣି ସେଠ୍‌। ଦମାଣି ଶୋଇଥିବା ବେଳେ ପ୍ରବଳ ବର୍ଷାରେ ଭିଜିଥିବା ଘରର ମାଟି କାନ୍ଥ ତାଙ୍କ ଉପରେ ପଡ଼ିଯିବାରୁ କାନ୍ଥରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଦିନ ହେଲା କୋଇଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ମାଟି ଘର ଗୁଡ଼ିକ ଦୁର୍ବଳ ହେବା ସହ ବିପଦପୂର୍ଣ୍ଣ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe