ଥାନାରୁ ଅଭିଯୁକ୍ତ ଫେରାର: ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ

ପୁଲିସ ଆଖିରେ ଧୂଳି ଦେଇ ଜଣେ ଅଭିଯୁକ୍ତ ଥାନା ପରିସରରୁ ଖସିଯିବାରେ ସଫଳ ହୋଇଛି। ଏହି ପରିସ୍ଥିତି ପରେ ନୟାଗଡ଼ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତର ହେପାଜତ ପାଇଁ ନିୟୋଜିତ ଥିବା ୨ ଜଣ ପୁଲିସ ନିଲମ୍ବିତ ହୋଇଛନ୍ତି।

Fategarh PS

ଭାପୁର: ବ୍ୟାପକ ସୁରକ୍ଷା ଭିତରୁ ଜଣେ ଅଭିଯୁକ୍ତ ଫେରାର ହୋଇଯିବା ଘଟଣାର ୪୮ ଘଣ୍ଟା ମଧ୍ୟରେ ନୟାଗଡ଼ ଏସ୍‌ପି ଏସ୍‌ ସୁଶ୍ରୀ ଫତେଗଡ଼ ଥାନାର ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ୨ ପୁଲିସ କର୍ମଚାରୀ ହେଲେ ଏସ୍‌ଆଇ ସଚିତ୍ର ବେହେରା ଓ କନେଷ୍ଟବଳ ମୂଳି ଚରଣ ନାୟକ।

ସୂଚନା ଅନୁସାରେ ଏକ ଝିଅ ମାମଲାକୁ ନେଇ ଫତେଗଡ଼ ଥାନା ପୁଲିସ ପଦ୍ମାବତୀ ପଞ୍ଚାୟତର ଝଗଡ଼ପଡ଼ ଗ୍ରାମର ଉମେଶ ପ୍ରଧାନକୁ ଅଟକ ରଖିଥିଲା। ଗତ ଗୁରୁବାର ଦିନ ଥାନାରେ କର୍ମଚାରୀମାନେ ବ୍ୟସ୍ତ ଥିବା ବେଳେ ଅଭିଯୁକ୍ତ ଉମେଶ କୌଶଳ କ୍ରମେ ଖସି ଯାଇଥିଲା। ସେ ନିକଟରେ ଥିବା ଏକ ବଡ଼ ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଥିଲା। ପୁଲିସ ସେଦିନ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ଉମେଶକୁ ପାଇ ନଥିଲା। ଏବେବି ପୁଲିସ ଅଭିଯୁକ୍ତକୁ ଖୋଜାଖୋଜି ଜାରି ରଖିଛି।

ଥାନାରେ କର୍ମଚାରୀମାନେ ବ୍ୟସ୍ତ ଥିବା ବେଳେ ଅଭିଯୁକ୍ତ ଉମେଶ କୌଶଳ କ୍ରମେ ଖସି ଯାଇଥିଲା। ସେ ନିକଟରେ ଥିବା ଏକ ବଡ଼ ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଥିଲା। ପୁଲିସ ସେଦିନ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ଉମେଶକୁ ପାଇ ନଥିଲା।

ତେବେ ଥାନା ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଥାଇ ଜରେ ଅଭିଯୁକ୍ତ ଫେରାର ହୋଇଯିବା ଘଟଣା ଚର୍ଚ୍ଚାକୁ ଆସିଲା ପରେ ଜିଲ୍ଲା ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଘଟଣା ସମୟରେ ଅଭିଯୁକ୍ତକୁ ହେପାଜତ ପାଇଁ ଦାୟିତ୍ବରେ ଥିବା କାର୍ଯ୍ୟରତ ଏସଆଇ ସୁଚିତ୍ରା ବେହେରା ଏବଂ କନେଷ୍ଟବଳ ମୂଳି ଚରଣ ନାୟକଙ୍କୁ ନୟାଗଡ଼ ଏସପି ଏସ ସୁଶ୍ରୀ କାର୍ଯ୍ୟରୁ ନୀଳମ୍ବନ କଲେ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe