ପୋଖରୀରେ ଜଗିଥିଲା ଯମ: ଦୁଇ ଭଉଣୀଙ୍କୁ ପରପାରିକୁ ଟାଣିନେଲା

ପୋଖରୀରେ ଗାଧୋଇବା ପ୍ରବେଶ ପୂର୍ବରୁ ଏହାର ଗଭୀରତା ସଂପର୍କରେ ନଜାଣିବା ଦୁଇ ଭଉଣୀଙ୍କ ପାଇଁ କାଳ ହୋଇଛି। ଦୁଇ ଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି।

drawn

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଦୁଇ ଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସେମାନେ ହେଲେ ଏହି ଗ୍ରାମର ମାନସ ବେହେରାଙ୍କ ଦୁଇ ଝିଅ ରାଜଲକ୍ଷ୍ମୀ ବେହେରା(୧୬) ଓ ଭାଗ୍ୟଲକ୍ଷ୍ମୀ ବେହେରା (୧୪)। ରାଜଲକ୍ଷ୍ମୀ ଦଶମ ଶ୍ରେଣୀରେ ଓ ଭାଗ୍ୟଲକ୍ଷ୍ମୀ ଅଷ୍ଟମ ଶ୍ରେଣୀରେ ନିକଟସ୍ଥ ଖରାସହାପୁର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ନ୍ତି। 

ଆଜି ମଧ୍ୟାହ୍ନରେ ତାଙ୍କ ମା ରୋଷେଇ କରୁଥିବା ବେଳେ ଦୁଇ ଭଉଣୀ ସାଙ୍ଗ ହୋଇ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଉଭୟଙ୍କ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ। ଦୀର୍ଘ ସମୟ ପରେ ରୋଷେଇ ସାରି ତାଙ୍କ ମା ଖୋଜାଖୋଜି କରିଥିଲେ। ପୋଖରୀ ହୁଡାରେ ଉଭୟଙ୍କ ଜୋତା ଦେଖି  ପରିବାର ଲୋକେ ତାଙ୍କୁ ପୋଖରୀରେ ଖୋଜିବା ସହିତ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe