ପରିବାରର ସ୍ବପ୍ନ ଚୁରମାର କରିଦେଲେ ମାଓବାଦୀ; ୨ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଦୁଇ ଜଣ ଛାତ୍ରକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, ଯାହାକୁ ନେଇ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି।

2dcb2763-ceb0-46b3-a760-2d36d26498ba

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଦୁଇ ଜଣ ଛାତ୍ରକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, ଯାହାକୁ ନେଇ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି। ଗତ ୧୭ ତାରିଖରେ ପେଦାପୁରମ ଗ୍ରାମରେ ନକ୍ସଲ ପହଞ୍ଚି ୧୨ ଜଣକୁ ଅପହରଣ କରିବା ପରେ ୩ ଜଣକୁ ହତ୍ୟା କରିଥିଲେ। ସେହି ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ଥିଲେ। ଜଣେ ସୋମା ମଡିୟାମି(୨୦) ଏବଂ ଅନୀଲ ମାଣ୍ଡବି(୧୩)। 

ସୋମା ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାସ କରିଥିଲେ। ଆଗକୁ ସେ ଯୁକ୍ତ ତିନିରେ ନାମ ଲେଖାଇବାକୁ ଚାହୁଁଥିଲେ। ଏଥିସହ ସରକାରୀ ଚାକିରି ପାଇଁ ମଧ୍ୟ ଉଦ୍ୟମ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ସେହିପରି ୧୩ ବର୍ଷର ଅନୀଲ ୭ମ ଶ୍ରେଣୀରେ ପାଠ ପଢୁଥିଲା। ଅନୀଲ ଏମବିବିଏସ ପଢି ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିଲା। ଏହି ଦୁଇ ଛାତ୍ରଙ୍କର କୌଣସି ଭୁଲ ନଥିଲା। କେବଳ ଏମାନେ ପାଠ ପଢୁଥିଲେ ଏବଂ ମାଓ କମାଣ୍ଡର ଦିନେଶର ସଂପର୍କୀୟ ଥିଲେ। କାରଣ ଦିନେଶ କିଛି ଦିନ ତଳେ ଆତ୍ମସମର୍ପଣ କରି ପୁଲିସ ସହ ମିଶିଯାଇଥିଲା।

Mkg naxal killed 2 student story (2)

ତେବେ ଦୁଇ ଛାତ୍ରଙ୍କ ମୃତ୍ୟୁକୁ ଛାତ୍ର ସଂଗଠନ ଓ ଏବିଭିପି ତରଫରୁ ଘୋର ନିନ୍ଦା କରାଯାଇଛି। ଏନେଇ ନକ୍ସଲ ବିରୋଧୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କୁହାଯାଇଛି। ମାସବାଦୀମାନେ ଏହି ଦୁଇ ଛାତ୍ରଙ୍କ ହାତକୁ ବାନ୍ଧି ବେକରେ ଦୌଡି ଦେଇ ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଥିଲେ। ଯେଉଁ ୧୨ ଜଣକୁ ନକ୍ସଲ ଅପହରଣ କରି ନେଇଥିଲେ। ସେମାନଙ୍କୁ ଛାଡି ଦେଇଥିଲେ। କିନ୍ତୁ ସେମାନଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ଗାଁ ଛାଡି ବାହାରକୁ ଗଲେ ହତ୍ୟା କରାଯିବାର ଧମକ ମଧ୍ୟ ଦେଇଥିବା ଗ୍ରାମବାସୀ କହିଥିଲେ।

ଅପହରଣ ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରୁ ଚାରି ଜଣ ଛାତ୍ର ମଧ୍ୟ ଥିଲେ। ସେମାନଙ୍କୁ ନକ୍ସଲ ମାଡ ମାରିବା ସହ ସ୍କୁଲ ନଯିବାକୁ ଧମକ ଦେଇଥିବା ସେମାନେ କହିଥିଲେ। ଗାଁର କୌଣସି ପିଲା ଶିକ୍ଷା ଗ୍ରହଣ କରିବେ ନାହିଁ ବୋଲି ନକ୍ସଲ ଚେତାବନୀ ଦେଇଥିଲେ। ଲୋକେ ଶିକ୍ଷିତ ହେଲେ ନକ୍ସଲଙ୍କର କଥା ଶୁଣିବେ ନାହିଁ ବୋଲି ନକ୍ସଲଙ୍କର ଭୟ ରହଥିବା କୁହାଯାଇଛି। ନକ୍ସଲଙ୍କର ଏଭଳି ଫତୁଆକୁ ସହଜରେ ଗ୍ରାମବାସୀ ଏବଂ ପୁଲିସ ଗ୍ରହଣ କରୁନାହାନ୍ତି। ଶିକ୍ଷା ପିଲାଙ୍କ ଅଧିକାର ବୋଲି କୁହାଯାଇଛି। ଆଗାମୀ ଦିନରେ ଛାତ୍ର ସଂଗଠନ ଉଗ୍ରରୂପ ନେବ ଏବଂ ନକ୍ସଲ ବିରୋଧରେ ଗର୍ଜିବେ ବୋଲି କୁହାଯାଇଛି, ଯାହା ନକ୍ସଲ ମୂଳପୋଛର ଅସଲ କାରଣ ହେବ ବୋଲି ମଧ୍ୟ କୁହାଯାଇଛି।

Malkangiri | maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe