ପୁରୀ: ସ୍ଥାନୀୟ ସାମନ୍ତ ଚନ୍ଦ୍ର ଶେଖର (ଏସ୍ସିଏସ୍) କଲେଜରେ ଛାତ୍ର ଅଶାନ୍ତି ଦେଖାଯାଇଛି। ଆଗାମୀ ନିର୍ବାଚନ ପୂର୍ବରୁ ଆଜି ୪/୫ ଜଣ ଅଣ ଛାତ୍ର କଲେଜ ଭିତରେ ପଶି ଦୁଇ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଆହତ ଛାତ୍ରମାନଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।
ତେବେ ଦୁଇ ଜଣ ଛାତ୍ର ଅଭିଯୋଗ କରିଛନ୍ତି ଆଜି +୩ ପ୍ରଥମ ବର୍ଷର ସେମିଷ୍ଟର ପରୀକ୍ଷା ଦେଇ ଫେରିବା ସମୟରେ କଲେଜ ଭିତରେ ଥିବା କ୍ୟାଣ୍ଟନ୍ ପାଖରେ ସଂଗବଦ୍ଧ ଭାବେ ଆକ୍ରମଣ ହୋଇଥିଲା।
ପୁରୀ ଟାଉନ ଥାନାରେ ଅଭିଯୋଗ କରାଯାଇଛି ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଯଦି ଅପରାଧୀଙ୍କ ବିରୁଦ୍ଧରେ ପଦକ୍ଷେପ ନିଆନଯାଏ ତେବେ ଆସନ୍ତାକାଲି କଲେଜରେ ଆନ୍ଦୋଳନ ହେବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।
puri
Follow Us