ନାହିଁ ନାହିଁରେ ଏହି ପ୍ରାଥମିକ ବିଦ୍ୟାଳୟ: ୧୫ ପିଲାଙ୍କୁ ୨ ଶିକ୍ଷକ

Advertisment

୨୦୦୮ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟର ଛାତରୁ ପାଣି ଗଲୁଛି। ଛାତର ରଡଗୁଡିକ ଦେଖାଯାଉଛି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

୨୦୦୮ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟର ଛାତରୁ ପାଣି ଗଲୁଛି। ଛାତର ରଡଗୁଡିକ ଦେଖାଯାଉଛି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

mg

ମାଲକାନଗିରି: ଜିଲ୍ଲାର ସାତୋଟି ବ୍ଲକର ଦୁର୍ଗମ ଅଂଚଳରେ ରହିଥିବା ବିଦ୍ୟାଳୟଗୁଡିକର ଅବସ୍ଥା କିପରି ଚାଲିଛି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ସ୍କୁଲ ଥିଲେ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ ଶିକ୍ଷକ ଥିଲେ ପିଲାଙ୍କ ଅଭାବ ଦେଖିବାକୁ ମିଳିଛି। ଏଭଳି ଏକ ସ୍କୁଲ ବିଷୟରେ ଆମେ ଏଠାରେ କହିବାକୁ ଯାଉଛୁ ଯେଉଁ ସ୍କୁଲଟି ଅତି ଦୁର୍ଗମ ଅଂଚଳରେ ରହିଥିବା ବେଳେ ଶିକ୍ଷା ବିଭାଗର ଦୃଷ୍ଟି ଏହି ବିଦ୍ୟାଳୟରେ ପଡିନଥିବା ଦେଖିବାକୁ ମିଳିଛି।

ବିଦ୍ୟାଳୟଟି ହେଉଛି କାଲିମେଳା ବ୍ଲକର ମାନ୍ୟମକୋଣ୍ଡା ପଞ୍ଚାୟତର କୁସୁମପୁଟ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ବେଳେ ମାତ୍ର ୧୫ ଜଣ ପିଲା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ତେବେ ଏମାନଙ୍କୁ ଶିକ୍ଷାଦାନ କରିବାକୁ ଦୁଇ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ଅନ୍ୟଦିଗରେ ବହୁ ବିଦ୍ୟାଳୟ ରହିଛି ଯେଉଁଠି ୫୦ରୁ ଉର୍ଦ୍ଧ୍ବ ପିଲା ରହିଥିଲେ ମଧ୍ୟ ଜଣେ ମାତ୍ର ଶିକ୍ଷକ ରହିଛନ୍ତି।

ତେବେ ଏହା ସମସ୍ୟା ନାହିଁ। କିନ୍ତୁ ବିଦ୍ୟାଳୟଟି ୨୦୦୮ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏବେ ଏହାର ଛାତରୁ ପାଣି ଗଲୁଛି। ଛାତର ରଡଗୁଡିକ ଦେଖାଯାଉଛି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଅନ୍ୟଦିଗରେ ବିଦ୍ୟାଳୟରେ ଶୌଚାଳୟନ ଥିବା ବେଳେ ରୋଷେଇ ଘର ମଧ୍ୟ ନାହିଁ। ଯାହାଫଳରେ ବାହାରେ ବାରଣ୍ଡାରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟକୁ କୌଣସି ସରକାରୀ ବାବୁଙ୍କର ପାଦ ପଡୁନଥିବାରୁ ଏହି ସମସ୍ୟାଗୁଡିକର ସମାଧାନ ହୋଇପାରୁନଥିବା ଅଭିଯୋଗ ହୋଇଛି। 

କୁସୁମପୁଟ ଗ୍ରାମର ଦୈତାରୀ ଗଲୋରୀ, ପର୍ଶୁରାମ ଗାଦବା, ସୀତାରାମ ଗାଦବା, ରାମ ଖିଲ, ଡମୁସେନା ଖିଲ, ଗଗାବନ୍ଧୁ ଖିଲ, କୁଳନା ଗଲୋରୀ, ପଦ୍ମା ଗାବଦା, ଲକ୍ଷ୍ମୀ ଗାଦବା, ତୁଳସୀ ଖିଲ, ବିମଳା ଗାଦବା, ହୀରାମଣି ଖିଲ ପ୍ରମୁଖ ବିଦ୍ୟାଳୟର ମରାମତି ସହ ନୂତନ ଶୌଚାଳୟ ଏବଂ ରୋଷେଇ ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି।

ବିଦ୍ୟାଳୟକୁ ନିୟମିତ ଶିକ୍ଷକ ଆସୁଥିବା ବେଳେ ପିଲାମାନେ ମଧ୍ୟ ନିୟମିତ ଅଧ୍ୟୟନକୁ ଆସୁଥିବା ଦେଖିବାକୁ ମିଳିଛି। ଗାଁକୁ ଯିବାକୁ ରାସ୍ତାଟିଏ ଥିଲେ ମଧ୍ୟ ସ୍କୁଲକୁ ଯିବାକୁ ରାସ୍ତା ନଥିବା ଦେଖିବାକୁ ମିଳିଛି। ଏଥିସହ ସ୍କୁଲ ହୋତାରେ ପାଚେରୀ ନଥିବାରୁ ବହୁ ସମୟରେ ବନ୍ୟଜନ୍ତୁଙ୍କର ବାସସ୍ଥାନ ମଧ୍ୟ ଏହି ବିଦ୍ୟାଳୟ ପାଲଟୁଛି। ତେବେ ନାହିଁ ନାହିଁରେ ବିଦ୍ୟାଳୟଟି ଚାଲିଥିବା ବେଳେ ଶିକ୍ଷା ବିଭାଗର ଅଧିକାରୀ ତୁରନ୍ତ ବିଦ୍ୟାଳୟ ପରିଦର୍ଶନ କରି ଏହାର ସମାଧାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe