ପୃଥକ୍ ପୃଥକ୍ ସ୍ଥାନରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଅଜଣା ଯୁବକଙ୍କ ମୃତ୍ୟୁ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର କଲେଜ ଛକ ପୁରୁଣାଘାଟି ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର କଲେଜ ଛକ ପୁରୁଣାଘାଟି ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା।

Accident

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ପୃଥକ୍ ପୃଥକ୍ ସ୍ଥାନରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର କଲେଜ ଛକ ପୁରୁଣାଘାଟି ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଜଣେ ବାଇକ୍ ଆରୋହୀ ସେଠାରୁ ଫେରାର ହୋଇଯାଇଥିଲେ। ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।    

ରାଇରଙ୍ଗପୁର-ବାରିପଦା ମୁଖ୍ୟରାସ୍ତାର ଭରଣ୍ଡିଆ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଏକ ଭାରିଯାନ ଚପାଇ ଦେଇ ସେଠାରୁ ଫେରାର ହୋଇଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବ୍ୟକ୍ତିଙ୍କ ମୁଣ୍ଡ ସଂପୂଣ୍ଣ ପେଶି ହୋଇ ଗୁଣ୍ଡ ହୋଇଯାଇଥିଲା।

ସେହିପରି ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ବାରିପଦା ମୁଖ୍ୟରାସ୍ତାର ଭରଣ୍ଡିଆ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଏକ ଭାରିଯାନ ଚପାଇ ଦେଇ ସେଠାରୁ ଫେରାର ହୋଇଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବ୍ୟକ୍ତିଙ୍କ ମୁଣ୍ଡ ସଂପୂଣ୍ଣ ପେଶି ହୋଇ ଗୁଣ୍ଡ ହୋଇଯାଇଥିଲା। ଯାହା ଫଳରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜର ଶବ ଗୃହରେ ରଖାଯାଇଛି। ଏନେଇ ଟାଉନ୍ ଥାନାରେ କେଶ୍ ନଂ ୮୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Accident | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe