ରାଉରକେଲା: ସ୍ଥାନୀୟ ମାଲଗୋଦାମ ରେଳସା୍ଇଡିଂରେ ବୁଧବାର ସକାଳୁ ମାଲଗାଡ଼ି ପାଚେରୀ ଭାଙ୍ଗି ବସ୍ତି ଭିତରକୁ ପଶି ଯିବା ଘଟଣାକୁ ଲୋକେ ଭୁଲିପାରି ନଥିବା ବେଳେ ଷ୍ଟିଲ୍ ସିଟି ରାଉରକେଲାରେ ପୁଣି ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ମାଲଗାଡିର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି l ମାଲଗାଡି ରାଉରକେଲାରୁ ବନ୍ଧମୁଣ୍ଡା ଆଡକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟଛି l କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛିl
ରାଉରକେଲାରେ କ୍ରମାଗତ ୨ୟ ଦିନରେ ରେଳ ଅଘଟଣ ଘଟିଛି। ରାଉରକେଲା ଷ୍ଟେସନ ନିକଟରେ ମାଲଗାଡି ପୁଣି ଲାଇନଚ୍ୟୁତ ହେବା ରେଳ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି l
ଏହି ଖବର ପଢ଼ନ୍ତୁ: ରେଳସାଇଡିଂରେ ଦୁର୍ଘଟଣା ପାଇଁ ଷ୍ଟେସନ୍ ମ୍ୟାନେଜର ଦାୟୀ: ଆଦିତ୍ୟ ଚୌଧୁରୀ
ମାଲବାହୀ ଟ୍ରେନ୍ର ୩ ବଗି ମାଡ଼ିଯିବା ଘଟଣାରେ ରେଳବାଇ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାକୁ ଗୁରୁତ୍ବ ମନେ କରି ରେଳବାଇ ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କରିଛି। ନିଲମ୍ବିତ ବ୍ୟକ୍ତିଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଡ୍ରାଇଭର, ଗାର୍ଡ ଓ ସେଣ୍ଟ୍ରିଂ କର୍ମଚାରୀ ଅଛନ୍ତି। ଚକ୍ରଧରପୁର ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ କହିଛନ୍ତି ଏହି ଘଟଣା ପାଇଁ ଷ୍ଟେସନ ମ୍ୟାନେଜର ପିକେ ଦାସ ଦାୟୀ। ଏଥି ପାଇଁ ପିକେ ଦାସଙ୍କ ସମେତ ମୋଟ୍ ୫ ଜଣଙ୍କୁ ନିଲମ୍ବନ କରାଯାଇଛି।
ଏହି ଖବର ପଢ଼ନ୍ତୁ: ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଓଡ଼ିଶାର ଲକ୍ଷ୍ୟ
ସୂଚନାଯୋଗ୍ୟ, ମାଲ୍ଗୋଦାମ ଏଫ୍ସିଆଇ ବସ୍ତିରେ ଗତକାଲି ସକାଳ ପ୍ରାୟ ୬ଟା ୧୦ ମିନିଟ୍ରେ ରେଳସାଇଡିଂକୁ ସିମେଣ୍ଟ ବୋଝେଇ ପାଇଁ ଆସିଥିବା ଏକ ମାଲବାହୀ ଟ୍ରେନ୍ ଗୋଟିଏ ଲାଇନ୍ରୁ ଅନ୍ୟ ଲାଇନ୍କୁ ସଣ୍ଟିଂ(ପଛକୁ) କରାଯାଉଥିଲା। ହେଲେ ମାଲ୍ଗାଡ଼ିଟି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା। ଚା’ ଦୋକାନୀ ଓ ବସ୍ତିବାସିନ୍ଦାଙ୍କ ପାଟିଶୁଣି ଲୋକୋପାଇଲଟ୍ ବ୍ରେକ୍ ଲଗାଇବା ପୂର୍ବରୁ ୪ଟି ବଗି (କଣ୍ଟେନର୍) ରାସ୍ତା ଅତିକ୍ରମ କରି ବସ୍ତିସମ୍ମୁଖ ଦୋକାନ ଭାଙ୍ଗି ଭିତରକୁ ପଶିଯାଇଥିଲା। ଚା’ ଦୋକାନୀଙ୍କ ଯୋଗୁ ବଡ଼ଧରଣ ଦୁର୍ଘଟଣା ଟଳିଯାଇଥିଲା। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବସ୍ତିବାସିନ୍ଦା। ହେଲେ ଟ୍ରେନ୍ ଧକ୍କାରେ ଚୂର୍ମାର୍ ହୋଇଯାଇଥିଲା ଅଟୋ, ଦୁଇଟି ବାଇକ୍, ୧୦ରୁ ଅଧିକ ଉଠା ଦୋକାନ। ଆଉ ମାତ୍ର ୮ ଫୁଟ୍ ମାଡ଼ି ଯାଇଥିଲେ, ବସ୍ତିରେ ଶୋଇଥିବା ଅନେକଙ୍କ ଜୀବନ ଚାଲିଯାଇଥାନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/06/2dtdGMy3HI18xar8zwcS.jpg)