ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। କମିସନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।
ଅର୍ଥ କମିସନଙ୍କ ନିକଟରେ ହୋଇଥିବା ଦାବି ରାଜ୍ୟ ସରକାରଙ୍କ ୨୦୨୬-୨୦୩୧ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବାର ଆଶା ରହିଛି ବୋଲି ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅର୍ଥ କମିସନଙ୍କ ନିକଟରେ ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି । ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତର ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଓଡ଼ିଶାର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦାବିରେ ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ, ଏମଏସଏମଇ, ବନ୍ଦର ଆଧାରିତ ଅର୍ଥନୀତି, ଦକ୍ଷତା ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏହା ସହ ୪ କୋଟି ୭୦ ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।
କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ବଣ୍ଟନ କରାଯାଉଛି । ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି ରଖାଯାଇଛି । ଉଭୟ ଲିଖିତ ଓ ବକ୍ତବ୍ୟ ମାଧ୍ୟମରେ ରାଜ୍ୟର ଦାବି ମୁଖ୍ୟମନ୍ତ୍ରୀ ଅର୍ଥ କମିସନଙ୍କ ନିକଟରେ ରଖିଛନ୍ତି ।
କେନ୍ଦ୍ର ଟିକସର ରାଜ୍ୟ ମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଇଥାଏ । ଓଡ଼ିଶାର ୪.୫୨୮ ପ୍ରତିଶତ ଭାଗ ଓଡ଼ିଶା ପାଇଥାଏ । ଏହାକୁ ୪.୯୬୪ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରାଯାଇଛି । ମୋଟ ରାଜସ୍ୱ ପ୍ରାପ୍ତିର ୨ ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ଆଜି ଭୁବନେଶ୍ବର ଠାରେ ଷୋଡ଼ଶ ଅର୍ଥ କମିଶନଙ୍କ ସହ ଅନୁଷ୍ଠିତ ବୈଠକରେ ଯୋଗଦେଲି। ଏହି ବୈଠକରେ ଓଡ଼ିଶାର ସ୍ଵାର୍ଥକୁ ଆଧାର କରି ବିଭିନ୍ନ ଆର୍ଥିକ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗାମୀ ୫ ବର୍ଷ ଅର୍ଥାତ ୨୦୨୬-୩୧ ପାଇଁ କମିଶନ ନିକଟରେ ସର୍ବମୋଟ ୧୨ ଲକ୍ଷ ୫୬ ହଜାର କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି।
— Mohan Charan Majhi (@MohanMOdisha) February 6, 2025
ଓଡ଼ିଶାର ବିକାଶର… pic.twitter.com/SsDDkBT61T
ଏହା ଦ୍ବାରା ଅର୍ଥ ପଞ୍ଚାୟତିରାଜ ଓ ପୌର ଅଞ୍ଚଳ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିପାରିବ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୭୫ ପ୍ରତିଶତ କେନ୍ଦ୍ର ସରକାର ଦେଇଥାନ୍ତି ଏବଂ ୨୫ ପ୍ରତିଶତ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ତେଣୁ କେନ୍ଦ୍ର ସରକାର ନିକଟରେ ୧୦୦ ପ୍ରତିଶତ ଅନୁଦାନ ରାଜ୍ୟକୁ ଯୋଗାଇ ଦେବାକୁ ଦାବି ରଖାଯାଇଛି ।
ଅଧିକ ପଢ଼ନ୍ତୁ: ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥାର ବିକାଶ ଉପରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ରାଜସ୍ୱ ନିଅଣ୍ଟ ବାବଦକୁ ୯,୮୮,୪୨୨ କୋଟି ଟଙ୍କା ପ୍ରଦାନ ଦାବି କରାଯାଇଛି।
Hon'ble Chief Minister Shri @MohanMOdisha engages in discussion with the members of 16th Finance Commission, led by Chairman Dr Aravind Panagariya in #Bhubaneswar. #Odisha #FinanceCommission #Governance pic.twitter.com/exKM6ULShd
— CMO Odisha (@CMO_Odisha) February 6, 2025
ସେହିପରି ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ବାବଦରେ ୧ ଲକ୍ଷ ୧୦ ହଜାର ୪୩୪ କୋଟି ଟଙ୍କା ଦାବି କରାଯାଇଛି। ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ ୩୬ କୋଟି ଟଙ୍କା ଦାବି । ଏସଡିଆରଏଫ ପାଇଁ ୩୧ ହଜାର ୪ କୋଟି ଟଙ୍କା ଦାବି ହୋଇଥିବା ବେଳେ ଏସଡିଏମଏଫ ପାଇଁ ୨୯ ହଜାର ୨୫୨ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି ।
ଅଧିକ ପଢ଼ନ୍ତୁ: ଟସ୍ ଜିତିଲା ଇଂଲଣ୍ଡ: ବ୍ୟାଟିଂ ନିଷ୍ପତ୍ତି