ସ୍କୁଟିକୁ ଧକ୍କା ଦେଇ ଚମ୍ପଟ୍‌ ମାରିଲା ପିକ୍‌ଅପ୍‌: ୨ ମହିଳା ଗୁରୁତର

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟରାଜପଥର ଆଗ୍ରିଆ ଛକ ଉପକଣ୍ଠ ହନୁମାନ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ଏକ ଦ୍ରୁତଗାମୀ ପିକଅପ ଭ୍ୟାନ ଧକ୍କାରେ ସ୍କୁଟି ଆରୋହୀ ଦୁଇଜଣ ମହିଳା ଗୁରୁତର ଆହତ ହୋଇଛନ୍ତି l

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟରାଜପଥର ଆଗ୍ରିଆ ଛକ ଉପକଣ୍ଠ ହନୁମାନ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ଏକ ଦ୍ରୁତଗାମୀ ପିକଅପ ଭ୍ୟାନ ଧକ୍କାରେ ସ୍କୁଟି ଆରୋହୀ ଦୁଇଜଣ ମହିଳା ଗୁରୁତର ଆହତ ହୋଇଛନ୍ତି l

33b5b18f-284b-4757-8d45-c95a764ea264

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟରାଜପଥର ଆଗ୍ରିଆ ଛକ ଉପକଣ୍ଠ ହନୁମାନ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ଏକ ଦ୍ରୁତଗାମୀ ପିକଅପ ଭ୍ୟାନ ଧକ୍କାରେ ସ୍କୁଟି ଆରୋହୀ ଦୁଇଜଣ ମହିଳା ଗୁରୁତର ଆହତ ହୋଇଛନ୍ତି l

ସ୍କୁଟି (ଓଡି -୧୧ୱାଇ -୯୨୭୪) ଯୋଗେ ବାରିପଦା ତକତପୁର ଅଞ୍ଚଳର ସତ୍ୟମ ପଣ୍ଡାଙ୍କ ସ୍ତ୍ରୀ ପୁଷ୍ପଲତା ନାୟକ ଏବଂ ହିମାଂଶୁ ଶେଖର ଦାସଙ୍କ ସ୍ତ୍ରୀ ପଙ୍କଜିନୀ ଦାସ ବେତନଟୀ ଅଭିମୁଖେ ଆସୁଥିବା ବେଳେ ଏକ ଦ୍ରୁତଗାମୀ ପିକଅପ ଭ୍ୟାନ ଧକ୍କା ଦେଇ ଚମ୍ପଟ ମାରିଥିଲାl 

ଦୁର୍ଘଟଣାରେ ଦୁଇଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଖବର ପାଇ ବୀଣାପାଣି ଯୁବକ ସଂଘର ସଦସ୍ୟମାନେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦୁଇ ମହିଳାଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେl ଦୁର୍ଘଟଣାରେ ପୁଷ୍ପଲତାଙ୍କ ପୁଷ୍ପଲତାଙ୍କ ଡାହାଣ ହାତର କନିଷ୍ଠ ଆଙ୍ଗୁଳି ଛିଣ୍ଡି ହାତପାପୁଲିରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଥିଲାl ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତରଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛିl

Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe