ଦଶାହ ତୁଠ, ଛେଳି ଗୁହାଳରେ ବଜ୍ରପାତ; ୨ ମହିଳାଙ୍କ ମୃତ୍ୟୁ

ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ବଜ୍ରପାତ ଯୋଗୁଁ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଆଜି ଦଶାହ ତୁଠରେ ବଜ୍ରାପାତ ହେବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ଛେଳି ବନ୍ଧୁଥିବା ବେଳେ ଜଣେ ମହିଳା ପ୍ରାଣ ହାରିଛନ୍ତି। ମୃତକମାନେ ହେଲେ ସରସ୍ୱତୀ ସ୍ଵାଇଁଓ ରୀନା ଭୋଇ। 

lightning

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ବଜ୍ରପାତ ଯୋଗୁଁ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଆଜି ଦଶାହ ତୁଠରେ ବଜ୍ରାପାତ ହେବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ଛେଳି ବନ୍ଧୁଥିବା ବେଳେ ଜଣେ ମହିଳା ପ୍ରାଣ ହାରିଛନ୍ତି। ମୃତକମାନେ ହେଲେ ସରସ୍ୱତୀ ସ୍ଵାଇଁ(୧୮) ଓ ରୀନା ଭୋଇ(୪୫)। 

ଏରବଙ୍ଗ ଡ଼ିହସାହି ଗାଁର ବୁଢ଼ୀ ମା’ ଦଶାହ ତୁଠ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବଜ୍ରପାତ ହୋଇଛି। ବଜ୍ରପାତରେ ସରସ୍ୱତୀ ସ୍ଵାଇଁଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ପୁରୀ ଜିଲ୍ଲା ଗୋପ ଥାନା ଡିହସାହି ଗାଁରେ ଆଜି ଏହି ଅଘଟଣ ଘଟିଛି। ଏରବଙ୍ଗ ଡ଼ିହସାହି ଗାଁର ବୁଢ଼ୀ ମା’ ଦଶାହ ତୁଠ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବଜ୍ରପାତ ହୋଇଛି। ବଜ୍ରପାତରେ ସରସ୍ୱତୀ ସ୍ଵାଇଁଙ୍କ ମୃତ୍ୟୁ ହୋଇଛି। ସେହିଭଳି ରୀନା ଭୋଇ ଘରେ ଛେଳି ବାନ୍ଧୁ ଥିବା ବେଳେ ସମାନ ଘଟଣା ଘଟିଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗୋପରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe