ପାକିସ୍ତାନ ସପକ୍ଷରେ ସ୍ଲୋଗାନ: ଭିଡିଓ ଭାଇରାଲ କରି ୨ ଓଡ଼ିଆ ଯୁବକ ଗିରଫ

Advertisment

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି।

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି।

Two Odia young men arrested.

Two Odia young men arrested. Photograph: (sambad.in )

କଟକ: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସବୁ ସଂପର୍କ ଶେଷ ହୋଇଯାଇଛି। ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ହେଉଛି। ଏହି ଭଳି ଏକ ଘଡ଼ିସନ୍ଧି ସମୟରେ ଦୁଇ ଜଣ ଓଡ଼ିଆ ଯୁବକ ପାକିସ୍ତାନର ଗୁଣଗାଡ଼ କରିଛନ୍ତି, ଯାହାକି ସେମାନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୌରଭ କୁମାର ସାହୁ (୨୭) ଓ  ଗୌତମ ଲେଙ୍କା (୨୮)। 

ପୁଲିସ କହିବା ଅନୁସାରେ କଟକ ଜିଲ୍ଲା କାନପୁର ଅଞ୍ଚଳର ମୂଳ ନିବାସୀ ସ୍ବର୍ଗତଃ ସୁରେନ୍ଦ୍ର କୁମାର ସାହୁଙ୍କ ପୁଅ ସୌରଭ ଓ ଚାଉଳିଆଗଂଜ ଥାନା ମହାନଦୀ ବିହାର ନିବାସୀ ହରିହର ଲେଙ୍କାଙ୍କ ପୁଅ ଗୌତମ ଗତ ୧୫ ତାରିଖ ରାତି ପ୍ରାୟ ସାଢ଼େ ଟାରେ ଗାନ୍ଧିପାଲି ଗଡ଼ା ନିକଟ ମହାନଦୀ ଅଞ୍ଚଳରେ ବୁଲାବୁଲି କରୁଥିଲେ।

ଏହି ସମୟରେ ସୌରଭ ‘ପାକିସ୍ତାନ ଜିନ୍ଦାବାଦ, ପାକିସ୍ତାନ ଜିନ୍ଦାବାଦ’ କହିଥିଲେ। ଏହି ସ୍ନୋଗାନକୁ ଗୌତମ ନିଜର ସାମସଙ୍ଗ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲା। ଏହା ପରେ ଭିଡିଓକୁ ହ୍ବାଟ୍ସଆପ୍ ଗ୍ରୁପରେ ସେୟାର କରିଥିଲା, ଯାହାକି କଟକ ସହରରେ ଖୁବ୍ ଭାଇରାଲ ହୋଇଥିଲା। 

ସାମାଜିକ ଗଣମାଧ୍ୟମରେ ‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ୍’ ଶ୍ଲୋଗାନ ଭାଇରାଲ ହେବା ପରେ କଟକ ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପହଲଗାମ ଆକ୍ରମଣ ଓ ଆକ୍ରମଣ ସିନ୍ଦୂରକୁ ନେଇ ଉଭୟ ଭାରତ  ଓ ପାକିସ୍ତାନରେ ଉତ୍ତେଜନା ପରିସ୍ଥିତି ଥିବା ବେଳେ ସାଧାରଣ ଜନତା ଭାଇରାଲ ଭିଡିଓକୁ ସହ୍ୟ କରିପାରୁ ନଥିଲେ। ଏନେଇ ଚାଉଳିଆଗଂଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କର ଠାରୁ ୨ଟି ମୋବାଇଲ ଜବତ କରିଛି। 

Cuttack | commissionerate police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe