ଇବ୍‌ ନଦୀରେ ବୁଡ଼ି ରାଜସ୍ଥାନର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Advertisment

ରାଜସ୍ଥାନର ଦୁଇ ଜଣ ଯୁବକ ଇବ୍‌ ନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀର ଏକ ସ୍ବତନ୍ତ୍ର ଟିମ୍‌ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି। 

Updated On

ରାଜସ୍ଥାନର ଦୁଇ ଜଣ ଯୁବକ ଇବ୍‌ ନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀର ଏକ ସ୍ବତନ୍ତ୍ର ଟିମ୍‌ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି। 

ଅଦ୍ୟତନ ହୋଇଛି
drawn

ଝାରସୁଗୁଡ଼ା: ରାଜସ୍ଥାନର ଦୁଇ ଜଣ ଯୁବକ ଆଜି ଅପରାହ୍‌ଣ ସମୟରେ ଇବ୍‌ ନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ନିଖୋଜ ଯୁବକମାନେ ହେଲେ ସୋହନ ପାଲେୱାଲ ଏବଂ ମଙ୍ଗିଲାଲ ପାଲେୱାଲ। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀର ଏକ ସ୍ବତନ୍ତ୍ର ଟିମ୍‌ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି। 

ପ୍ରାପ୍ତ ସୂଚନା ଅନୁସାରେ ରାଜସ୍ଥାନର ସୋହନ ପାଲେୱାଲ ଏବଂ ମଙ୍ଗିଲାଲ ପାଲେୱାଲ ଝାରସୁଗୁଡା ଗାନ୍ଧୀଛକ ଅଂଚଳରେ ଛୋଟ ଛୋଟ ଦୋକାନ ଲଗାଇ ଜଲେବି ବିକ୍ରି କରନ୍ତି। ସେମାନେ ଆଜି ଅପରାହ୍‌ଣରେ କିଛି ଅନ୍ୟ ସାଙ୍ଗସାଥୀଙ୍କ ସହିତ ଇବ୍‌ ନଦୀକୁ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ଜାଣି ନପାରି ସେମାନେ ଗଭୀର ପାଣି ଭିତରେ ପଶିଯାଇଥିଲେ। ସେମାନେ ବାହାରକୁ ଆସିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ସମ୍ଭବତଃ ସୋହନ ପାଲେୱାଲ ଏବଂ ମଙ୍ଗିଲାଲ ପାଲେୱାଲଙ୍କୁ ପ୍ରଖର ଜଳସ୍ରୋତ ଭସାଇ ନେଇଥାଇ ପାରେ। 

IB rever

ରାଜସ୍ଥାନର ଦୁଇ ଜଣ ଯୁବକ ଆଜି ଅପରାହ୍‌ଣରେ କିଛି ଅନ୍ୟ ସାଙ୍ଗସାଥୀଙ୍କ ସହିତ ଇବ୍‌ ନଦୀକୁ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ଜାଣି ନପାରି ସେମାନେ ଗଭୀର ପାଣି ଭିତରେ ପଶିଯାଇଥିଲେ।

ତେବେ ସ୍ଥାନୀୟ ଲୋକମାନେ ଦୁଇ ଜଣ ଲୋକ ପାଣିରେ ବୁଡ଼ି ଯାଉଥିବା ନେଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାମ ଜାରି ରଖିଥିବା ବେଳେ ସନ୍ଧ୍ୟା ହୋଇଯାଇଥିବାରୁ ଅପରେସନରେ ବାଧକ ସାଜିଛି। ଗାନ୍ଧୀଛକ ଫାଣ୍ଡି ଅଗ୍ନିଶମ ଓ ପୁଲିସର ସ୍ବତନ୍ତ୍ର ଟିମ୍‌ ପହଂଚି ଖୋଜାଖୋଜି କରୁଛନ୍ତି l ଶେଷ ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଦୁଇ ବ୍ୟକ୍ତିଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ କରାଯାଇ ପାରିନାହିଁ। ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe