ଭଣଜା ହାତରେ ମାମୁଙ୍କ ମୃତ୍ୟୁ: ସିଲେଇ ‌ମେସିନ୍ ଛେଚି ନିର୍ମମ ହତ୍ୟା

ପାରିବାରିକ ବିବାଦରୁ ମାମୁର ଜୀବନ ନେଲା ଭଣଜା। ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ପଞ୍ଚାୟତ ରୁଖାକଣା ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, କୋକୋ ବେହେରା (୭୦)।

murder22

କଳମ୍ବ/ପୋଲସରା: ପାରିବାରିକ ବିବାଦରୁ ମାମୁର ଜୀବନ ନେଲା ଭଣଜା। ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ପଞ୍ଚାୟତ ରୁଖାକଣା ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, କୋକୋ ବେହେରା (୭୦)।

ଭଣଜା ରଞ୍ଜିତ ବେହେରା ଓ ତା’ର ପତ୍ନୀ ମିଶି କୋକୋଙ୍କ ଉପରେ ସିଲେଇ ‌ମେସିନ୍ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। କୋକୋ ତାଙ୍କ ଭଣଜା ରଞ୍ଜିତକୁ ପୋଷ୍ୟପୁତ୍ର ଭାବେ ରଖି ଲାଳନପାଳନ କରିବା ସହ ତା’ର ବାହାଘର କରାଇଥିଲେ। କିନ୍ତୁ ବିଭିନ୍ନ କାରଣରୁ ମାମୁ ଓ ଭଣଜା ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି କୋକୋଙ୍କୁ ରଞ୍ଜିତ ବେଳେବେଳେ ଖାଇବାକୁ ଦେଉ ନଥିବାରୁ ସେ ରାଧାକୃଷ୍ଟ ମନ୍ଦିରରେ ଭୋଗ ଖାଉଥିଲେ।

ରଞ୍ଜିତ ସହ କୋକୋର ଝଗଡ଼ା ହୋଇଥିଲା। ରଞ୍ଜିତ ଏଥିରେ ଉତ୍‌କ୍ଷିପ୍ତ ହୋଇ ସିଲେଇ ମେସିନ୍‌କୁ କୋକୋଙ୍କ ଉପରେ ଛେଚି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ଭାଇବୋହୂ ଅନହଳି ବେହେରା ଏନେଇ ଥାନାରେ ଏତଲା ଦେଇଛନ୍ତି।

ଆଜି ଅପରାହ୍‌ଣରେ ରଞ୍ଜିତ ସହ ତାଙ୍କର ଝଗଡ଼ା ହୋଇଥିଲା। ରଞ୍ଜିତ ଏଥିରେ ଉତ୍‌କ୍ଷିପ୍ତ ହୋଇ ସିଲେଇ ମେସିନ୍‌କୁ କୋକୋଙ୍କ ଉପରେ ଛେଚି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ଭାଇବୋହୂ ଅନହଳି ବେହେରା ଏନେଇ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଶବକୁ ଜବତ କରିଥିବା ବେଳ‌େ ଆସନ୍ତକାଲି ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ କୌଶିକ ମାଝୀ କହିଛନ୍ତି। ଅନ୍ୟପକ୍ଷରେ ଟଣାଓଟରା ବେଳେ ସିଲେଇ ମେସିନ୍ ପଡ଼ି କୋକୋଙ୍କ ମୃତ୍ୟୁ ଘଟିଥିବା ତାଙ୍କ ବୋହୂ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe