ସମ୍ବଲପୁର: ସମ୍ବଲପୁରରେ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଥିଲେ।
/sambad/media/media_files/2025/05/16/ruclMWD5dQrwLatmaqdR.jpg)
ତ୍ରିରଙ୍ଗା ଶୋଭାଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ, ସେନାବାହିନୀକୁ କୃତଜ୍ଞତା ଜଣାଇବାକୁ ତ୍ରିରଙ୍ଗା ଶୋଭାଯାତ୍ରା ଉଦ୍ଦିଷ୍ଟ| ଏଣେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତୀୟ ସେନା, ସେଥିପାଇଁ ଆମେ ଗର୍ବିତ। ଏହି ଶୋଭାଯାତ୍ରରେ ସମ୍ବଲପୁରର ବହୁ ନାଗରିକ ମଧ୍ୟ ଅଂଶଗ୍ରହଣ କରିଥିଲେ।
ତ୍ରିରଙ୍ଗା ଶୋଭାଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ, ସେନାବାହିନୀକୁ କୃତଜ୍ଞତା ଜଣାଇବାକୁ ତ୍ରିରଙ୍ଗା ଶୋଭାଯାତ୍ରା ଉଦ୍ଦିଷ୍ଟ| ଏଣେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତୀୟ ସେନା, ସେଥିପାଇଁ ଆମେ ଗର୍ବିତ। ଏହି ଶୋଭାଯାତ୍ରରେ ସମ୍ବଲପୁରର ବହୁ ନାଗରିକ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିପିଲିମାଠାରେ କୃଷି ବିଶ୍ବବିଦ୍ୟାଳୟରେ ୧୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ହୀରାକୁଦ ପ୍ରେକ୍ଷାଳୟର ଶୁଭ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଯୋଜନା ‘ପିଏମ୍ ସୂର୍ଯ୍ୟଘର’ ଯୋଜନାରେ ସାମିଲ ହୋଇ ବିଦ୍ୟୁତ ସଞ୍ଚୟ କରିବାକୁ ନିବେଦନ କରିଛନ୍ତି। ଏହାଛଡ଼ା ଖୁବ୍ ଶୀଘ୍ର ସମ୍ବଲପୁରରୁ କୃଷି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ବୋଲି ବି ଘୋଷଣା କରିଛନ୍ତି।
ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିପିଲିମାଠାରେ କୃଷି ବିଶ୍ବବିଦ୍ୟାଳୟରେ ୧୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ହୀରାକୁଦ ପ୍ରେକ୍ଷାଳୟର ଶୁଭ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଯୋଜନା ‘ପିଏମ୍ ସୂର୍ଯ୍ୟଘର’ ଯୋଜନାରେ ସାମିଲ ହୋଇ ବିଦ୍ୟୁତ ସଞ୍ଚୟ କରିବାକୁ ନିବେଦନ କରିଛନ୍ତି। ଏହାଛଡ଼ା ଖୁବ୍ ଶୀଘ୍ର ସମ୍ବଲପୁରରୁ କୃଷି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ବୋଲି ବି ଘୋଷଣା କରିଛନ୍ତି।
dharmendra pradhan
Follow Us