ଯୁକ୍ତ ଦୁଇ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜିଠାରୁ ଯୁକ୍ତ୨ ଥିଓରି ପରୀକ୍ଷା  ଆରମ୍ଭ ହେଉଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

Dharmendra Pradhan

ଭୁବନେଶ୍ବର: ଆଜିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ଥିଓରି ପରୀକ୍ଷା  ଆରମ୍ଭ ହେଉଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରଥମ ଦିନ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଥିବା ବେଳେ ବୁଧବାରଠାରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାତୃଭାଷା(ଓଡ଼ିଆ) ବିଷୟରୁ ଆରମ୍ଭ ହେବ। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍‌ ସହ ଜରିମାନା ମଧ୍ୟ ହୋଇପାରେ। ଚଳିତ ବର୍ଷ ଯୁକ୍ତ୨ରେ ୩ ଲକ୍ଷ ୯୩ହଜାର ୬୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବା‌ଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦାମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ୧୨୬୭ଟି କେନ୍ଦ୍ର ହୋଇଛି। ପରୀକ୍ଷାର ସୁପରିଚାଳନା ପାଇଁ ୨୦୫ଟି ହବ୍‌ କରାଯାଇଛି।

ସୂଚନାଯୋଗ୍ୟ, ପ୍ରଥମ ଦିନ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଥିବା ବେଳେ ବୁଧବାରଠାରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାତୃଭାଷା(ଓଡ଼ିଆ) ବିଷୟରୁ ଆରମ୍ଭ ହେବ। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍‌ ସହ ଜରିମାନା ମଧ୍ୟ ହୋଇପାରେ। ଚଳିତ ବର୍ଷ ଯୁକ୍ତ୨ରେ ୩ ଲକ୍ଷ ୯୩ହଜାର ୬୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବା‌ଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦାମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ୧୨୬୭ଟି କେନ୍ଦ୍ର ହୋଇଛି। ପରୀକ୍ଷାର ସୁପରିଚାଳନା ପାଇଁ ୨୦୫ଟି ହବ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe