ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି: ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା

ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ପରେ ପ୍ରଚୁର ଔଷଧ ମହଜୁଦ୍ ରଖିବାକୁ ଔଷଧ ନିର୍ମାତା କଂପାନି ଓ ବିତରକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।

zx

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ପରେ ପ୍ରଚୁର ଔଷଧ ମହଜୁଦ୍ ରଖିବାକୁ ଔଷଧ ନିର୍ମାତା କଂପାନି ଓ ବିତରକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତବନୀ ବି ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।

ଆଜିର ସମୀକ୍ଷା ବୈଠକରେ ସେ ଦେଶରେ ଥିବା ଡାକ୍ତରଖାନା ଓ ସ୍ବାସ୍ଥ୍ୟ ସୁବିଧା ସଂପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲେ। ଏହାଛଡ଼ାଓ ଜରୁରୀକାଳୀନ ପରିସ୍ଥିତିରେ କିପରି ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସୁବିଧା ଊପଲବ୍ଧ କରି ହେବ ସେ ନେଇ ଆଲୋଚନା କରିଥିଲେ। ସମସ୍ତ ସ୍ବାସ୍ଥ୍ୟ ସେବାକୁ ନିୟନ୍ତ୍ରଣ କକ୍ଷରୁ ତଦାରଖ କରାଯିବା ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଗୁରୁତ୍ବାରୋପ କରିଛନ୍ତି।

pahalgam-attack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe