ଦୁଇ ଗୋଡ଼ ନଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

Advertisment

ମୟୂରଭଂଜ ଜିଲ୍ଲା ରାଇରଂଗପୁର ରେଳ ଷ୍ଟେସନ ନିକଟରେ ଜଣେ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଟାଟା- ବାଦାମପାହାଡ଼ ରେଳପଥର ଅଁଳାଯୋଡି ରେଳ ଷ୍ଟେସନ ନିକଟରେ ଅଜଣା ଯୁବତୀଙ୍କ ଗଳିତ ମୃତଦେହକୁ ରେଳବାଇ ପୁଲିସ ଜବତ କରିଛି।

ମୟୂରଭଂଜ ଜିଲ୍ଲା ରାଇରଂଗପୁର ରେଳ ଷ୍ଟେସନ ନିକଟରେ ଜଣେ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଟାଟା- ବାଦାମପାହାଡ଼ ରେଳପଥର ଅଁଳାଯୋଡି ରେଳ ଷ୍ଟେସନ ନିକଟରେ ଅଜଣା ଯୁବତୀଙ୍କ ଗଳିତ ମୃତଦେହକୁ ରେଳବାଇ ପୁଲିସ ଜବତ କରିଛି।

Dead body seized in Rairangpu

Dead body seized in Rairangpu Photograph: (sambad.in)

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଂଗପୁର ରେଳ ଷ୍ଟେସନ ନିକଟରେ ଜଣେ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଟାଟା- ବାଦାମପାହାଡ଼ ରେଳପଥର ଅଁଳାଯୋଡି ରେଳ ଷ୍ଟେସନ ନିକଟରେ ଅଜଣା ଯୁବତୀଙ୍କ ଗଳିତ ମୃତଦେହକୁ ରେଳବାଇ ପୁଲିସ ଜବତ କରିଛି। ଖୋଲା ଆକାଶ ତଳେ ଉଲଗ୍ନ ଅବସ୍ଥାରେ ଷ୍ଟେସନ ପାର୍ଶରେ ପଡିଛି ରହଛି ଏହି ଯୁବତୀଙ୍କ ଶବ।

ତେବେ ଶବ ଠାବ ହେବାର ଦୀର୍ଘ ୫ ଘଣ୍ଟା ପରେ ମଧ୍ୟ ରେଳବାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ନଥିବା ସାଧାରଣରେ ଅଭିଯୋଗ ହୋଇଛି। ଯୁବତୀଙ୍କ ଦୁଇ ଗୋଡ ନାହିଁ ଓ ତାଙ୍କ ଯୌନାଙ୍ଗକୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଦୀର୍ଘ ଦିନରୁ ରେଳ ଷ୍ଟେସନକଡ଼ରେ ଶବ ପଡ଼ିଥିଲେ ମଧ୍ୟ କେହି କେମିତି ଜାଣି ପାରିଲେଣି କିମ୍ବା ରେଳ ବିଭାଗର କର୍ମଚାରୀ ବା ରେଳବାଇ ପୁଲିସକୁ ସୁରାଗ ମିଳିଲାନି ତାହା ସନ୍ଦେହ।

ମୃତ ମହିଳାଙ୍କର କୌଣସି ପରିଚୟ ମିଳି ପାରିନାହିଁ। ପାରିପାର୍ଶିକ ଦୃଷ୍ଟିରୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ରାତ୍ରିକାଳୀନ ଟ୍ରେନ୍‌ ଚଳାଚଳ ସୁରକ୍ଷା ନେଇ ଚିନ୍ତାରେ ଅଞ୍ଚଳବାସୀ।

ମୟୂରଭଞ୍ଜ ଜିଲ୍ଲା ଟାଟା-ବାଦାମପାହାଡ଼ ରେଳ ଅଁଳାଯୋଡି ଷ୍ଟେସନ ନିକଟରେ ମୃତଦେହଟି ଖୋଲା ଆକାଶ ତଳେ ପଡିଥିବା ବେଳେ ଏବଂ ପାଖରେ ବୁଲା କୁକୁର ବୁଲୁଛନ୍ତି। କିନ୍ତୁ ରେଳ ବିଭାଗର ପୁଲିସ କର୍ମଚାରୀମାନେ ଆରାମରେ ଶୋଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ବାରିପଦା ଜିଆରପି ପୁଲିସ ଘଟଣାସ୍ଥଳକୁ ଅହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Crime | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe