ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

Advertisment

ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଉତ୍କଳର ବରେଣ୍ୟ ବ୍ୟକ୍ତିତ୍ୱଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସେହି ବ୍ୟକ୍ତିତ୍ୱଧାରୀଙ୍କ ରୂପରେ ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବେଶ ଧାରଣକରି ମଞ୍ଚର ଶୋଭାକୁ ପରିବର୍ଦ୍ଧିତ କରିଥିଲେ।

ଅଷ୍ଟମ ଶ୍ରେଣୀର ଛାତ୍ର ସାଇ ସୁବିଦିତ ସାହୁ ସ୍ୱରଚିତ କବିତା ‘ଓଡ଼ିଶା’ ଆବୃତ୍ତି କରିଥିଲେ ଏବଂ ଛାତ୍ରୀ ଆକାଂକ୍ଷା ସାମଲ ଉତ୍କଳ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ତୃତୀୟରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନୃତ୍ୟଗୁରୁ ଜଗତଜିତ୍ ଦାସଙ୍କ ନିର୍ଦ୍ଦେଶିତ ଅର୍ଦ୍ଧଶାସ୍ତ୍ରୀୟ ନୃତ୍ୟ ‘ମୋ ଓଡ଼ି଼ଶା’ କୁ ସୁନ୍ଦର ଭାବରେ ପରିବେଷଣ କରିଥିଲେ।

publive-image

ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଉପସ୍ଥିତ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉତ୍କଳ ପ୍ରଦେଶକୁ ସଂଗଠିତ କରିଥିବା ମହାନାୟକଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଉତ୍କଳମାଟିକୁ ସୁରକ୍ଷା ଦେବା ନିମନ୍ତେ ସର୍ବଦା ଜାଗ୍ରତ ରହିବା ସହିତ ମାତୃଭୂମି ପ୍ରତି ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ବିଦ୍ୟାଳୟର ଓଡ଼ିଆ ବିଭାଗର ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି, ସଙ୍ଗୀତ ଶିକ୍ଷକ ସନ୍ତୋଷ କୁମାର କର, ଚିତ୍ରକଳା ଶିକ୍ଷକ ବିଜୟ କୁମାର ପଣ୍ଡା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। 

Bhubaneswar | Education | Odia culture

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe