‘ଓଡ଼ିଶା ଭାଷା, ସଂସ୍କତି, ପରମ୍ପରାକୁ ବଢାଇବାକୁ ଆଗେଇ ଆସନ୍ତୁ’

ରାଉରକେଲା ପ୍ରଶାସନ ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହିଅବସରରେ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

ରାଉରକେଲା: ରାଉରକେଲା ପ୍ରଶାସନ ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହିଅବସରରେ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସକାଳେ ଏକ ଶୋଭାଯାତ୍ରା ଆମ୍ବେଦକର ଛକରୁ ବାହାରି ମଧୁସୂଦନ ମାର୍ଗଠାରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ନିକଟରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସ୍କୁଲ କଲେଜର ଛାତ୍ରଛାତ୍ରୀ ଭାଗନେଇଥିଲେ।
publive-image
ମଧୁସୂଦନ ମାର୍ଗରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଆଶୁତୋଷ କୁଲକର୍ଣ୍ଣି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହିଅବସରରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଯୁଗ୍ମ ଆୟୁକ୍ତ ପଲ୍ଲବି ନାୟକଙ୍କ ସମେତ ଡେପୁଟି କମିସନର ଅଜିତ ପଟ୍ଟନାୟକ, ତହସିଲଦାର ନିବେଦିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତଥିଲେ।
publive-image

ଉଦିତନଗର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ବିଧାୟକ ଶ୍ରୀ ନାୟକ, ରଘୁନାଥପାଲି  ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଓଡିଶା ଦିବସର ମହତ୍ବ ବିଷୟରେ କହିଥିଲେ। ଏହାସହ ଓଡ଼ିଶା ଭାଷା, ସଂସ୍କତି, ପରମ୍ପରାକୁ ବଢାଇବାରେ ସମସ୍ତଙ୍କୁ ଆଗେଇ ଆସିବା ତଥା ଓଡିଆ ବୋଲି ଗର୍ବିତ ହେବାକୁ ଆହ୍ବାନ କରିଥିଲେ।

publive-image
ସଂଧ୍ୟାରେ ଉଦିତନଗର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ବିଧାୟକ ଶ୍ରୀ ନାୟକ, ରଘୁନାଥପାଲି  ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଓଡିଶା ଦିବସର ମହତ୍ବ ବିଷୟରେ କହିଥିଲେ। ଏହାସହ ଓଡ଼ିଶା ଭାଷା, ସଂସ୍କତି, ପରମ୍ପରାକୁ ବଢାଇବାରେ ସମସ୍ତଙ୍କୁ ଆଗେଇ ଆସିବା ତଥା ଓଡିଆ ବୋଲି ଗର୍ବିତ ହେବାକୁ ଆହ୍ବାନ କରିଥିଲେ। ମୁଖ୍ୟବକ୍ତା ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ସନାତନ ପ୍ରଧାନ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମରେ ସୁନାଫୁଲ ସାହିତ୍ୟ ସଂସଦ ଓ ଭାରତ ଭୂଷଣ ମହାନ୍ତିକୁ ‘ମଧୁସୂଦନ ସ୍ମୁତି ସମ୍ମାନ’, ବେହେଲାବାଦକ  ଶରତ ଚନ୍ଦ୍ର ଧଳଙ୍କୁ ‘ଚୈତନ୍ୟ ସାହୁ ସଂଙ୍ଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe