ଉତ୍କଳ ସାଂସ୍କୃତିକ ସମାଜ: ଜିତେନ୍ଦ୍ରଙ୍କୁ ସଭାପତି ଦାୟିତ୍ବ, ବିମଳ ହେଲେ ସଂପାଦକ

Advertisment

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସାମାଜିକ-ସାଂସ୍କୃତିକ ସଂଗଠନ ‘ଉତ୍କଳ ସାଂସ୍କୃତିକ ସମାଜ’ର ବିଭିନ୍ନ ପଦାଧିକାରୀ ମନୋନୀତ ହୋଇଛନ୍ତି। ନୂତନ ଭାବରେ ମନୋନୀତ ପଦାଧିକାରୀମାନେ କାର୍ଯ୍ୟକାରୀ କମିଟିରେ ୨୦୨୫-୨୬ ଯାଏଁ ରହିବେ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସାମାଜିକ-ସାଂସ୍କୃତିକ ସଂଗଠନ ‘ଉତ୍କଳ ସାଂସ୍କୃତିକ ସମାଜ’ର ବିଭିନ୍ନ ପଦାଧିକାରୀ ମନୋନୀତ ହୋଇଛନ୍ତି। ନୂତନ ଭାବରେ ମନୋନୀତ ପଦାଧିକାରୀମାନେ କାର୍ଯ୍ୟକାରୀ କମିଟିରେ ୨୦୨୫-୨୬ ଯାଏଁ ରହିବେ।

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସାମାଜିକ-ସାଂସ୍କୃତିକ ସଂଗଠନ ‘ଉତ୍କଳ ସାଂସ୍କୃତିକ ସମାଜ’ର ବିଭିନ୍ନ ପଦାଧିକାରୀ ମନୋନୀତ ହୋଇଛନ୍ତି। ନୂତନ ଭାବରେ ମନୋନୀତ ପଦାଧିକାରୀମାନେ କାର୍ଯ୍ୟକାରୀ କମିଟିରେ ୨୦୨୫-୨୬ ଯାଏଁ ରହିବେ।

ସିରିପୁରମ୍‌ସ୍ଥିତ ସଂଗଠନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ଜିତେନ୍ଦ୍ର କୁମାର ନାୟକଙ୍କୁ ସଭାପତି ଓ ବିମଳ କୁମାର ମହାନ୍ତଙ୍କୁ ସଂପାଦକ ଭାବେ ମନୋନୀତ କରାଯାଇଛି। ସେହିପରି ଚଳିତ ବର୍ଷ ପାଇଁ ସୋମନାଥ ସାହୁ ଓ ଡ. କରୁଣାକର ପାଢ଼ୀ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସାଂସ୍କୃତିକ ସଂପାଦକ ଭାବେ ସୀମା ମହାନ୍ତିଙ୍କୁ ଦାୟିତ୍ବ  ମିଳିଥିବା ବେଳେ ମହେଶ୍ବର ବେହେରାଙ୍କୁ କୋଷାଧ୍ୟକ ଭାବେ ଚୟନ କରାଯାଇଛି। 

ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠିତ ଉତ୍କଳ ସାଂସ୍କୃତିକ ସମାଜ ଏକ ଅନନ୍ୟ ସଂଗଠନ, ଯାହାକି ଓଡ଼ିଆମାନଙ୍କ ଏକତାକୁ ସୁଦୃଢ଼ କରିବା ଦିଗରେ କାମ କରିଥାଏ।

publive-image

ନବ ଗଠିତ ଟିମ୍‌ ଆନ୍ଧ୍ରପ୍ରଦେଶରେ ଓଡ଼ିଆ ସଂସ୍କୃତି, ଐତିହ୍ୟ, ସାଂସ୍କୃତିକ, ଭାଷା ଏବଂ ସାଂପ୍ରଦାୟିକ ବିକାଶ କ୍ଷେତ୍ରରେ କାମ କରିବାକୁ ସଂକଳ୍ପ ନେଇଥିବା ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି।

Visakhapatnam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe