‘ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୭ ତାରିଖ ଦିନ ରାଜ୍ୟରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରାଯିବ। ରାଜ୍ୟ ସରକାର ଏଥି ପାଇଁ ସୁବନ୍ଦୋବସ୍ତ କରିଛନ୍ତି।

cm

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୭ ତାରିଖ ଦିନ ରାଜ୍ୟରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରାଯିବ। ରାଜ୍ୟ ସରକାର ଏଥି ପାଇଁ ସୁବନ୍ଦୋବସ୍ତ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ଦ୍ବାରା ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ହାତକୁ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବ୍ୟାପକ ଭାବେ ବୃକ୍ଷ ରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ କରିଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ଜରିଆରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। 

ଭିଡିଓ ବାର୍ତ୍ତାରେ ଶ୍ରୀ ମାଝୀ କହିଛନ୍ତି, ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। 

ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର  ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସେହିପରି ଶ୍ରୀ ମାଝୀ କହିଛନ୍ତି, ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।

CM Mohan Charan Majhi | Punascha Pruthibi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe