ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଡେମୋର ଭିଡିଓ ଭାଇରାଲ

Advertisment

ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିଷ୍ଫୋରଣ ମାମଲାର ଶୁଣାଣି ଶେଷ ହୋଇଛି। କୁହାଯାଉଛି ଯେ, ଏହି ମାମଲାର ଶୁଣାଣି ଶେଷ ହୋଇଥିବାର ରାୟ ସଂରକ୍ଷିତ ରଖାଯାଇଛି।

ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିଷ୍ଫୋରଣ ମାମଲାର ଶୁଣାଣି ଶେଷ ହୋଇଛି। କୁହାଯାଉଛି ଯେ, ଏହି ମାମଲାର ଶୁଣାଣି ଶେଷ ହୋଇଥିବାର ରାୟ ସଂରକ୍ଷିତ ରଖାଯାଇଛି।

Patnagarh parcel bomb

Patnagarh parcel bomb Photograph: (sambad.in)

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିଷ୍ଫୋରଣ ମାମଲାର ଶୁଣାଣି ଶେଷ ହୋଇଛି। କୁହାଯାଉଛି ଯେ, ଏହି ମାମଲାର ଶୁଣାଣି ଶେଷ ହୋଇଥିବାର ରାୟ ସଂରକ୍ଷିତ ରଖାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଏଡିଜେ କୋର୍ଟ ରାୟ ପ୍ରକାଶ କରିପାରନ୍ତି। ତେବେ ବର୍ତ୍ତମାନ ଏହି ମାମଲାର ତଦନ୍ତ ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଚର୍ଚ୍ଚାକୁ ଆସିଛି। 

ସୂଚନାଯୋଗ୍ୟ,  ୨୦୧୮ ଫେବ୍ରୁଆରି ୨୩ ତାରିଖ ସନ୍ଧ୍ୟା ସମୟରେ ପାର୍ସଲ ବୋମା ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ନବ ବିବାହିତା ରୀମା ରାଣୀ ସାହୁ ଗୁରୁତର ହୋଇ କଟକ ବଡମେଡିକାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ପୁଲିସର ତଦନ୍ତ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ପାରିପାର୍ଶ୍ୱିକ ସ୍ଥିତି ଦେଖି ଟେର ପାଉ ନ ଥିଲା କ୍ରାଇମବ୍ରାଞ୍ଚ। ହେଲେ ଚିଠି ଲେଖି ଫସି ଯାଇଥିଲା ପୁଞ୍ଜିଲାଲ ମେହେର। କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରକୁ ଉଠାଇ ନେଇଥିଲା। ସେ ସମୟରେ ପାର୍ସଲ ବୋମା ତିଆରିର ଡେମୋ ପୁଞ୍ଜିଲାଲ ମେହେର ଅରୁଣବୋଥ୍ରାଙ୍କୁ ଦେଖାଇଥିଲା। ସେ ସମୟରେ ପୁଞ୍ଜିଲାଲ ମେହେର ପାର୍ସଲ ବୋମା ତିଆରିର ଡେମୋ ଦେଖାଇଥିବା ଓ ସ୍ବୀକାର କରିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।

ବର୍ତ୍ତମାନ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମ୍ପ୍ରୁକ୍ତ ଭିଡିଓରେ ପୁଞ୍ଜିଲାଲ ମେହେର ଅରୁଣବୋଥ୍ରାଙ୍କୁ ଟିଖିନିଖି ଭାବେ ପାର୍ସଲ ବୋମା ତିଆରି ସମ୍ପର୍କେରେ ତିଆରି କରି ଦେଖାଉଥିବା ନେଇ ଦେଖିବାକୁ ମିଳିଛି। 

ମାମଲାର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨ ହଜାର ପ୍ରୁଷ୍ଠାର ଏକ ଚାର୍ଜସିଟ ଦାଖଲ କରିଥିଲା। ଚାର୍ଜସିଟ ଦାଖଲ ପରେ ଆରମ୍ଭ ହୋଇଥିଲା ସାକ୍ଷ ପ୍ରମାଣ ଗ୍ରହଣ। ୬୨ ଜଣ ସାକ୍ଷ ପ୍ରମାଣ ଗ୍ରହଣ ସରିବା ପରେ ଗତ ୯ ତାରିଖରେ ଆର୍ଗ୍ୟୁମେଣ୍ଟ ଆରମ୍ଭ ହୋଇଥିଲା। ୧୪ ତାରିଖରେ ଆର୍ଗ୍ୟୁମେଣ୍ଟ ଶେଷ ହୋଇଛି। ରାୟ ସଂରକ୍ଷିତ ରଖିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ଖୁବ ଶୀଘ୍ର ଏହାର ଶୁଣାଣି ହେବ ବୋଲି ଜଣାପଡିଛି। ଅପର ପକ୍ଷରେ ୨୮ ତାରିଖରେ ଏହାର ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିବା ନେଇ ଚର୍ଚ୍ଚା ହେଉଛି।  

Patnagarh | Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe