ବାଇଗଣ ବଗିଚାରେ ଚାଷୀଙ୍କୁ ଦଳିଲା ଦନ୍ତା

Advertisment

ରିଆମାଳ ବନାଞ୍ଚାଳ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ୍ବ ଗ୍ରାମରେ ବାଇଗଣ ବଗିଚାରେ ଦନ୍ତାହାତୀ ପଶି ନଷ୍ଟ କରୁଥିବା ବେଳେ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ଚାଷୀ। ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଘଟିଛି।

ରିଆମାଳ ବନାଞ୍ଚାଳ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ୍ବ ଗ୍ରାମରେ ବାଇଗଣ ବଗିଚାରେ ଦନ୍ତାହାତୀ ପଶି ନଷ୍ଟ କରୁଥିବା ବେଳେ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ଚାଷୀ। ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଘଟିଛି।

Elephant

Photo: Treehugger

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚାଳ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ୍ବ ଗ୍ରାମରେ ବାଇଗଣ ବଗିଚାରେ ଦନ୍ତାହାତୀ ପଶି ନଷ୍ଟ କରୁଥିବା ବେଳେ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ଚାଷୀ। ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ହେଉଛନ୍ତି ଉକ୍ତ ଗ୍ରାମର ଯାତ୍ରା ପ୍ରଧାନ (୫୦)।

ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରୁ ଘର ନିକଟରେ ଥିବା ବାଇଗଣ ବଗିଚାରେ କାମ କରୁଥିଲେ।୫ଟା ସମୟରେ ଅଚାନକ ଏକ ଦନ୍ତାହାତୀ ଆସି ବଗିଚାରେ ପଶିଥିଲା। ଆକ୍ରମଣରେ ଘଟଣାସ୍ଥଳରେ ମୃତ୍ୟୂ ଘଟି ଥିଲା। ସ୍ଥାନୀୟ ଓ ପରିବାର ଲୋକ ଶବ ଦେଖି ନିକଟକୁ ଯାଇ ଦେଖିଲେ। 

ବନବିଭାଗ ଖବର ଦେବା ପରେ ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ସେହି ଅଞ୍ଚଳରେ ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ପଡ଼ି ରହିଛି। ଯାତ୍ରାର ମୃତ୍ୟୁରେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।ଦନ୍ତା ହାତୀ ପାଇଁ ସମସ୍ତେ ଭୟଭୀତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe