ଫେବ୍ରୁଆରି ୧୦ରୁ ପୁଣି ଯାନବାହନ ଚେକିଂ, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ।

traffic

traffic Photograph: (sambad.in)

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ।

ବିକଟାଳ ହର୍ଣ୍ଣ, କଳାକାଚର ଚେକିଂ ହେବ। ଗାଡ଼ିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା। ମୋଟା ଅଙ୍କର ଜରିମାନା ନେଇ ସତର୍କ କଲା ପୁଲିସ। ଚେକିଂ ପୂର୍ବରୁ କାଢ଼ି ଦିଅନ୍ତୁ, ନଚେତ ଗଣିବେ ଜରିମାନା

କୋଭିଡ ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା। ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ବନ୍ଦ ରହିଛି। ହେଲେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିସନରେଟ ପୁଲିସ। ଗାଡି ଯାଞ୍ଚ ନେଇ ଏବେ ଟୁଇନ ସିଟିରେ ଧରପଗଡ଼ ଆରମ୍ଭ ହେବ। ଯଦି ଆପଣ ଗାଡ଼ିରେ ଏଭଳି କିଛି ନିୟମ ଉଲ୍ଲଘଂନ କରିଥିବା ଜିନିଷ ବ୍ୟବହାର କରିଛନ୍ତି। ତେବେ ଚେକିଂ ହେବା ପୂର୍ବରୁ କାଢ଼ି ଦିଅନ୍ତୁ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe