କାରାକସ୍: ଭେନେଜୁଏଲାରେ ରାଜନୈତିକ ଅସ୍ଥିରତା ମଧ୍ୟରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଭେନେଜୁଏଲାରେ ଆମେରିକାର ସାମରିକ ଅଭିଯାନ ସମୟରେ ତାଙ୍କୁ ଓ ତାଙ୍କ କ୍ୟାବିନେଟ୍‌କୁ କିପରି ମୃତ୍ୟୁର ଛାୟା ତଳେ ରହିବାକୁ ପଡିଥିଲା ​​ତାହା ସେ ବର୍ଣ୍ଣନା କରିଛନ୍ତି। ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ଆମେରିକୀୟ ସୁରକ୍ଷା ବାହିନୀ ରୋଡ୍ରିଗେଜଙ୍କୁ କଡ଼ା ଚରମବାଣୀ ଦେଇଥିଲେ। ଏହି ଘଟଣା ମାନବାଧିକାର ଓ କୂଟନୈତିକ ସୌଜନ୍ୟକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ବିତର୍କ ସୃଷ୍ଟି କରିଛି।

Advertisment

୧୫ ମିନିଟର ଅଲ୍ଟିମେଟମ୍

ଡେଲସି ରୋଡ୍ରିଗେଜ ଲିକ୍ ହୋଇଥିବା ଏକ ଭିଡିଓରେ କହିଛନ୍ତି, ଆମେରିକୀୟ ସୈନ୍ୟମାନେ ତାଙ୍କୁ ଓ ତାଙ୍କ ସହକର୍ମୀଙ୍କୁ ଜବାବ ଦେବା ପାଇଁ ମାତ୍ର ୧୫ ମିନିଟ୍ ସମୟ ଦେଇଥିଲେ। ସେହି ସମୟ ମଧ୍ୟରେ ଯଦି ସେମାନେ ଆମେରିକାର ସର୍ତ୍ତାବଳୀ ଗ୍ରହଣ ନ କରନ୍ତି,ତେବେ ସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବାକୁ ସ୍ପଷ୍ଟ ଭାବରେ ଧମକ ଦେଇଥିଲେ। ରୋଡ୍ରିଗେଜ ତାଙ୍କ ମନ୍ତ୍ରୀ ଓ ନିକଟତମ ସହଯୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ଆମେରିକୀୟ ସୈନିକଙ୍କ ଦାବି ଆଗରେ ହାର ମାନିବାକୁ ବାଧ୍ୟ ହୋଇଥିବା କହିଛନ୍ତି।

ମାଡୁରୋଙ୍କ ଗିରଫଦାରୀ ପଛର ସତ୍ୟ

ଭେନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଏକ ସାମରିକ ଅଭିଯାନରେ ଆମେରିକୀୟ ସେନା ଗିରଫ କରିଥିଲେ। ମାଦୁରୋ ଦୀର୍ଘ ଦିନ ଧରି ଆମେରିକାର ନଜରରେ ଥିଲେ। ଗିରଫ ହେବା ପରେ, ତାଙ୍କୁ ତୁରନ୍ତ ବିଚାର ପାଇଁ ଆମେରିକାକୁ ନିଆଯାଇଥିଲା। ରୋଡ୍ରିଗେଜ କହିଛନ୍ତି, ସେତେବେଳେ ତାଙ୍କୁ କୁହାଯାଇଥିଲା ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଛି।

ଆହୁରି ପଢ଼ନ୍ତୁ Operation Gorakhya: ଅପରେସନ୍‌ ଗୋରକ୍ଷା: ଗୋରୁ ମାଫିଆଙ୍କ ଘରେ ଚଢ଼ଉ, ଠାବ ହେଲାଣି ୪ କୋଟି ୪୦ ଲକ୍ଷ ଟଙ୍କା

କ୍ଷମତା ହସ୍ତାନ୍ତାର ପାଇଁ ଚାପ ପ୍ରୟୋଗ

ଏପରି ପ୍ରତିକୂଳ ପରିସ୍ଥିତିରେ ଦେଶର ଦାୟିତ୍ୱ ନେବା ଡେଲସି ରୋଡ୍ରିଗେଜଙ୍କ ପାଇଁ ଏକ ମାନସିକ ଆଘାତ ଓ ଆହ୍ବାନମୂଳକ ଅଭିଜ୍ଞତା ଥିଲା। ରାଷ୍ଟ୍ରପତି ମାଦୁରୋଙ୍କ ଅପହରଣର ପ୍ରଥମ ମୁହୂର୍ତ୍ତରୁ ହିଁ କ୍ୟାବିନେଟ୍‌ର ସମସ୍ତ ସଦସ୍ୟଙ୍କ ଉପରେ ଆମେରିକୀୟ ବାହିନୀର ଚାପ ବଢ଼ିବାକୁ ଲାଗିଥିଲା। ରୋଡ୍ରିଗେଜଙ୍କ ଅନୁସାରେ, ସେହି ଭୟଙ୍କର ମୁହୂର୍ତ୍ତରେ, ଆମେରିକାର ଦାବି ପାଳନ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

ଆହୁରି ପଢ଼ନ୍ତୁ Abhijit Majumdar No More ଆରପାରି‌ରେ ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର୍‌

ଆମେରିକାରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ନିକୋଲାସ୍ ମାଦୁରୋ ବର୍ତ୍ତମାନ ଆମେରିକାର ହେପାଜତରେ ଅଛନ୍ତି ଓ ବିଭିନ୍ନ ଅପରାଧିକ ଅଭିଯୋଗରେ ତାଙ୍କ ବିରୋଧରେ କୋର୍ଟରେ ବିଚାର ଚାଲିଛି। ଭବିଷ୍ୟତର ବାଣିଜ୍ୟ ସମ୍ପର୍କକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଭେନେଜୁଏଲାର ତୈଳ ସମ୍ପଦ ଉପରେ କଠୋର ସର୍ତ୍ତାବଳୀ ମଧ୍ୟ ଲାଗୁ କରିଛି।ଆମେରିକାର ଏଭଳି ପଦକ୍ଷେପ ଭେନେଜୁଏଲାର ସାର୍ବଭୌମତ୍ୱ ଓ ଭବିଷ୍ୟତର ରାଜନୈତିକ ସ୍ଥିରତା ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ସୃଷ୍ଟି କରିଛି।