ନୀଳଗିରି: କୁଳଡିହା ରେଞ୍ଜ ବାଲିଆନାଳ ବିଟ୍ ଋିଷିଆ ଡ୍ୟାମ ନିକଟରେ ଏକ ଅସୁସ୍ଥ ମାଈ ହାତୀକୁ ଚିକିତ୍ସା କରିବାକୁ ଯାଇ ନୀଳଗିରି ପଶୁ ଚିକିତ୍ସାଳୟର ବିଭିଓ ଶୁଭାଶିଷ ମହାପାତ୍ର ଗୁରୁତର ହୋଇଛନ୍ତି।
ଋିଷିଆ ଡ୍ୟାମ ନିକଟରେ ଏକ ଅସୁସ୍ଥ ମାଈ ହାତୀର ଚିକିତ୍ସା କରିବା ପାଇଁ ଚିକିତ୍ସକ ଶୁଭାଶିଷ ମହାପାତ୍ର ଘଟଣା ସ୍ଥଳକୁ ଯାଇଥିଲେ। ହାତୀର ଚିକିତ୍ସା ସାରି ଫେରିବା ସମୟରେ ଛକି ରହିଥିବା ଅନ୍ୟ ଏକ ହାତୀ ଅଚାନକ ଆକ୍ରମଣ କରି ଶୁଭାଶିଷଙ୍କୁ କଚାଡ଼ି ଦେଇଥିଲା ।ଯେଉଁଥିରେ ଶୁଭାଶିଷଙ୍କ ଛାତି,ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ଗୁରୁତର ଭାବରେ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସ୍ଥିତି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ମୁତାବକ ଋିଷିଆ ଡ୍ୟାମ ନିକଟରେ ଏକ ଅସୁସ୍ଥ ମାଈ ହାତୀର ଚିକିତ୍ସା କରିବା ପାଇଁ ଚିକିତ୍ସକ ଶୁଭାଶିଷ ମହାପାତ୍ର ଘଟଣା ସ୍ଥଳକୁ ଯାଇଥିଲେ। ହାତୀର ଚିକିତ୍ସା ସାରି ଫେରିବା ସମୟରେ ଛକି ରହିଥିବା ଅନ୍ୟ ଏକ ହାତୀ ଅଚାନକ ଆକ୍ରମଣ କରି ଶୁଭାଶିଷଙ୍କୁ କଚାଡ଼ି ଦେଇଥିଲା ।ଯେଉଁଥିରେ ଶୁଭାଶିଷଙ୍କ ଛାତି,ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ଗୁରୁତର ଭାବରେ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସ୍ଥିତି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଏହି ଆକ୍ରମଣରେ ପଞ୍ଚଲିଙ୍ଗେଶ୍ବର ବିଟ୍ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ବିବେଦୀ ମଧ୍ୟ ଆହତ ହୋଇଛନ୍ତି। ଯଦି ବନବିଭାଗ ଉପସ୍ଥିତିରେ ଜଣେ ଚିକିତ୍ସକ ହାତୀ ଆକ୍ରମଣର ଶିକାର ହେଉଛନ୍ତି, ତେବେ ସାଧାରଣରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
Follow Us