ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ବନ୍ଧା ହେଲେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ୪ ଅଭିଯୁକ୍ତ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର। ଏହାଛଡ଼ା ଅନ୍ୟ ଚାରିଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏନେଇ ଭିଜିଲାନ୍ସ  ନିର୍ଦ୍ଦେଶକ ଯଶବନ୍ତ ଜେଠୱା ଆଜି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
nji

ଜୟପୁର/ମାଲକାନଗିରି: ଆୟବହିର୍ଭୂତ ସଂପତ୍ତି ଠୁଳ ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ୍ଧା ହେଲେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର। ଏହାଛଡ଼ା ଅନ୍ୟ ଚାରିଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା ଆଜି ସୂଚନା ଦେଇଛନ୍ତି। ତାଙ୍କ ଘରୁ ନଗଦ ୨ କୋଟିରୁ ଅଧିକ ଟଙ୍କା  ୪୨୨ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ। ଏବେ ବି ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି। ସେ ଆହୁରି କହିଛନ୍ତି, ଯିଏ ବି ସରକାରୀ ଅର୍ଥହଡ଼ପ କରିବେ, ସିଏବନ୍ଧା ହେବେ।

ଶାନ୍ତନୁ ମହାପାତ୍ର ଘରେ ଗଦା କରିଥିଲେ ପୁଳାପୁଳା ଟଙ୍କା। ଠୁଳ କରିଥିଲେ ସୁନା ଅଳଙ୍କାର। ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା। ଜୟପୁର ଓ ଭୁବନେଶ୍ବରରେ ରହିଛି ୪ଟି ଦାମୀ ପ୍ଲଟ୍। ଗୋଟିଏ କାର, ଦୁଇଟି ବାଇକ୍, ବୀମା, ବ୍ୟାଙ୍କ ଜମା ଏମିତି କାହିଁ କେତେ ସମ୍ପତ୍ତି। କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଚଢ଼ଉ କରୁଥିବା ଭିଜିଲାନ୍ସ ଟିମ୍‌ ତାଜୁବ୍‌ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନ ସମେତ ୭ଟି ସ୍ଥାନରେ ସକାଳୁ ଚଢ଼ଉ ଜାରି ରହିଥିଲା। ଏବେ ବି ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢ଼ାଉ ଜାରି ରହିଛି।

ଶାନ୍ତନୁ ମହାପାତ୍ର ଘରେ ଗଦା କରିଥିଲେ ପୁଳାପୁଳା ଟଙ୍କା। ଠୁଳ କରିଥିଲେ ସୁନା ଅଳଙ୍କାର। ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା। ଜୟପୁର ଓ ଭୁବନେଶ୍ବରରେ ରହିଛି ୪ଟି ଦାମୀ ପ୍ଲଟ୍। ଗୋଟିଏ କାର, ଦୁଇଟି ବାଇକ୍, ବୀମା, ବ୍ୟାଙ୍କ ଜମା ଏମିତି କାହିଁ କେତେ ସମ୍ପତ୍ତି। କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଚଢ଼ଉ କରୁଥିବା ଭିଜିଲାନ୍ସ ଟିମ୍‌ ତାଜୁବ୍‌ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନ ସମେତ ୭ଟି ସ୍ଥାନରେ ସକାଳୁ ଚଢ଼ଉ ଜାରି ରହିଥିଲା। 

ବୁଧବାର ଭୋର୍‌ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଜୟପୁର ପାୱାର ହାଉସ୍‌ ଅଷ୍ଟମ ଲାଇନ୍‌ରେ ଥିବା ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ। ଚଢ଼ଉ ସମୟରେ ଜୟପୁର ବାସଭବନରେ ଠାବ ହୋଇଥିବା ସମ୍ପତ୍ତି ଦେଖି ତାଜୁବ୍‌ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe