ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତି ଭିଜିଲାନ୍ସ ଦ୍ବାରା ଗିରଫ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ନାଁରେ କୋଟିକୋଟି ଟଙ୍କାର ପ୍ଲଟ୍ ଓ ଫ୍ଲାଟ୍ ଥିବା ଜଣାଯାଇଛି।

00

ବାଲେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି।  ତାଙ୍କ ନାଁରେ କୋଟିକୋଟି ଟଙ୍କାର ପ୍ଲଟ୍ ଓ ଫ୍ଲାଟ୍ ଥିବା ଜଣାପଡ଼ିଛି। ଭିଜିଲାନ୍ସ ଟିମ୍ ରେମୁଣା ତହସିଲ କାର୍ଯ୍ୟାଳୟ, ସୋର ଅଇଁରୀସ୍ଥିତ ପୈତୃକ ଘର, ଭୁବନେଶ୍ୱରର ୩ଟି ସ୍ଥାନ, ବାଲେଶ୍ବରର କୁରୁଡ଼ା ଓ ସୋରରେ ଚଢ଼ଉ ଜାରି ରଖିଛି। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ହାତରେ ଲାଗିଛି।

ଭିଜିଲାନ୍ସ ମୁଖ୍ୟାଳୟରୁ ଏକ ଟିମ୍ ବାଲେଶ୍ବର ସର୍କିଟ୍ ହାଉସ୍ ନିକଟରୁ ତହସିଲଦାର ଶ୍ରୀ ପତିଙ୍କୁ ଧରି ତାଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବାପରେ ତାଙ୍କୁ ମୁଖ୍ୟାଳୟକୁ ନିଆଯାଇଥିଲା। ତାଙ୍କ ନାଁରେ ଏକାଧିକ ପ୍ଲଟ୍, ଫ୍ଲାଟ୍ ଥିବା ଜାଣିବାକୁ ପାଇଥିଲେ। ହସ୍ତଗତ ସୂଚନା ଅନୁସାରେ, ଶ୍ରୀ ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍ର ୩ ବିଏଚ୍କେ ଫ୍ଲାଟ୍, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍, ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍ରେ ୧୫୫୪ ବର୍ଗଫୁଟ୍ର ଏକ ଫ୍ଲାଟ୍ ରହିଥିବା ବେଳେ ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ୨ଟି ପ୍ଲଟ୍ ରହିଛି। ଏସବୁର ମୂଲ୍ୟ ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଉଛି। ସେହିପରି, ଶ୍ରୀ ପତିଙ୍କ ହୁଣ୍ଡାଇ-ଆଇ୨୦ କାର୍, ୨ଟି ଦୁଇଚକିଆ ସହ ବ୍ୟାଙ୍କ ଓ ଅନ୍ୟାନ୍ୟ ଜମାରାଶିର କାଗଜପତ୍ର ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ରହିଛି। ଏହି ଚଢ଼ଉରେ ଭିଜିଲାନ୍ସର ୬ ଡିଏସ୍ପି, ୩ ଇନ୍ସପେକ୍ଟର ଓ ୧୦ ଏଏସ୍ଆଇ ସାମିଲ ଥିଲେ। 

ସୂଚନା ଥାଉକି, ତହସିଲଦାର ଶ୍ରୀ ପତିଙ୍କ ପୈତୃକ ଘର ସୋର ଥାନା ଅନ୍ତର୍ଗତ ଅଇଁରୀ ଗ୍ରାମରେ। ପ୍ରଥମେ ପୁନଃଥଇଥାନ ସ୍କିମ୍ରେ ରାଜସ୍ବ ବିଭାଗର ଜଣେ କନିଷ୍ଠ କିରାଣି ଭାବେ ତାଙ୍କୁ ଚାକିରି ମିଳିଥିଲା। ବିଭାଗରେ ଆର୍ଆଇ, ସବ୍ ରେଜିଷ୍ଟ୍ରାର, ଅତିରିକ୍ତ ତହସିଲଦାର ଏବଂ ପରେ ତହସିଲଦାର ପଦବିକୁ ତାଙ୍କର ପଦୋନ୍ନତି ହୋଇଥିଲା। ରେମୁଣାରେ ସେ କିଛିଦିନ ଅତିରିକ୍ତ ତହସିଲଦାର ଦାୟିତ୍ବ ତୁଲାଇଥିଲେ। ସେ କଟକ, ମୟୂରଭଞ୍ଜକେନ୍ଦୁଝର ଜିଲ୍ଲାରେ ତହସିଲଦାର ଭାବେ କାର୍ଯ୍ୟ କରିଥିବା ବେଳେ ଗତ ସପ୍ତାହେ ହେଲା ରେମୁଣା ତହସିଲଦାର ଭାବେ ଯୋଗ ଦେଇଥିଲେ। ଜଣେ କନିଷ୍ଠ କିରାଣିରୁ ଚାକିରି ଜୀବନ ଆରମ୍ଭ କରିଥିବା ତହସିଲଦାର ଶ୍ରୀ ପତି କୋଟିକୋଟି ଟଙ୍କା ସମ୍ପତ୍ତିର ଅଧିକାରୀ କେମିତି ହେଲେ, ତାହା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe