୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାରିପଦା ଟାଉନ ଥାନା ଏ ଏସ ଆଇ

Advertisment

ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସ ଆଇ ରାମଚନ୍ଦ୍ର ସୋରେନ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍  ମାଡ଼ିବସିଥିଲା। ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାରିପଦା ଭିଜିଲାନ୍ସ ଟିମ୍।

Updated On

ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସ ଆଇ ରାମଚନ୍ଦ୍ର ସୋରେନ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍  ମାଡ଼ିବସିଥିଲା। ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାରିପଦା ଭିଜିଲାନ୍ସ ଟିମ୍।

ଅଦ୍ୟତନ ହୋଇଛି
VI

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏ ଏସ ଆଇ ରାମଚନ୍ଦ୍ର ସୋରେନ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତ‌ାଙ୍କୁ ଭିଜିଲାନ୍ସ ଟିମ୍  ମାଡ଼ିବସିଥିଲା। ବାରିପଦା ଭଜିଲାନ୍ସ ଆଡିସନାଲ ଏସ ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିଲା ଟିମ୍ ।ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ଲାଗି ଏ ଏସ ଆଇ ରାମଚନ୍ଦ୍ର ସୋରେନ ନେଉଥିଲେ ଲାଞ୍ଚ। ଅଭିଯୁକ୍ତ ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସାମାନାରେ ଏହି ଟଙ୍କା ନେଉଥିଲେ।

ସୂଚନା ଅନୁସାରେ, ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଅଭିଯୋଗକାରୀଙ୍କ କକା ଓ ଖୁଡ଼ୀ ସେମାନଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଏକ ମିଥ୍ୟା ମାମଲା କରିଥିଲେ। ଦୀର୍ଘ ମାସ ପରେ ହଠାତ୍ ଏ ଏସ ଆଇ ରାମଚନ୍ଦ୍ର ସୋରେନ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ ହଜାର ଟଙ୍କା ମାଗିଥିଲେ। ପରେ ଭିଜିଲାନ୍ସକୁ ଖବର ଦେଇ ଆଜି ଶୁଭ୍ରାଂଶୁ ସମ୍ପୃକ୍ତଏ ଏସ ଆଇ ରାମଚନ୍ଦ୍ର ସୋରେନଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା ଏ ଏସ ଆଇ ରାମଚନ୍ଦ୍ର ସୋରେନ ଙ୍କୁ ପରେ ତାଙ୍କ ଅଫିସ ସହିତ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe