ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ : ମାଟି ତଳୁ ମିଳିଲା ନଗଦ ସାଢ଼େ ୩ ଲକ୍ଷ ଟଙ୍କା

Advertisment

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି।

New Project

ଭୁବନେଶ୍ବର/କୋରାପୁଟ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏପର୍ଯ୍ୟନ୍ତ ତାଙ୍କ ଘରେ ମାଟି ତଳୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ମିଳିଛି। 

ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଜୟପୁର ଏବଂ ଭୁବନେଶ୍ୱରର ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଘର ଚଢ଼ଉ କରାଯାଉଛି। ଏପର୍ଯ୍ୟନ୍ତ ତାଙ୍କ ଘରେ ମାଟି ତଳୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ମିଳିଛି। 

1827aecd-7da5-498d-a6f6-1b77974b3856


 
ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଜୟପୁର ଏବଂ ଭୁବନେଶ୍ୱରର ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଘର ଚଢ଼ଉ କରାଯାଉଛି।

୧. ରାମଚନ୍ଦ୍ର ନେପାକଙ୍କର କୋରାପୁଟ ଜିଲ୍ଲା ଜୟପୁର ଟାଉନର ପିଆର ପେଟ୍ଟାର ଏନକେଟି ରୋଡରେ ପୈତୃକ ଜମିରେ ଅବସ୍ଥିତ।

୨. ଜୟପୁରର ପିଆର ପେଟ୍ଟାରେ ଥିବା ଗୋଲ୍ଡେନ ହାଇଟ୍ ଆବାସିକ ଆପାର୍ଟମେଣ୍ଟରେ ତାଙ୍କର ଫ୍ଲାଟ୍ ନମ୍ବର ୫୧୦।

୩. ଜୟପୁରର ପିଆର ପେଟ୍ଟାରେ ଥିବା ଗୋଲ୍ଡେନ ହାଇଟ୍ ଆବାସିକ ଆପାର୍ଟମେଣ୍ଟରେ ଥିବା ତାଙ୍କର ଅନ୍ୟ ଫ୍ଲାଟ୍ ନମ୍ବର ୫୧୧।

୪. ଭୁବନେଶ୍ୱରର ରଘୁନାଥପୁର ୟୁଏମଏସ ଭାଗବତୀ ମାନ୍ସନରେ ତାଙ୍କ ଭାଇଙ୍କ ଫ୍ଲାଟ୍।

୫. ଜୟପୁର ଟାଉନର ସୋମ୍ବର ଟୋଟାରେ ଥିବା ତାଙ୍କ ଶ୍ୱଶୁର ଘର।

୬. ଜୟପୁର ଫରେଷ୍ଟ ରେଞ୍ଜରେ ତାଙ୍କ ଅଫିସ ଚାମ୍ବର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe