ବେଲପାହାଡ଼ ପୌରପରିଷଦରେ ଭିଜିଲାନ୍ସ ଚଢ଼ାଉ

ବେଲପାହାଡ଼ ପୌରପରିଷଦରେ ପଶିଲା ଭିଜିଲାନ୍ସ। ଆଜି ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି କଳାବତି ବାଗଙ୍କ ନେତୃତ୍ବରେ ୪ଜଣିଆ ଟିମ୍ ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି। ସ୍ବତନ୍ତ୍ର ଅଡିଟ୍‌ ପରେ ବେଲପାହାଡ଼ ମ୍ୟୁନିସିପାଲଟିରେ ହୋଇଥିବା ‌କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଛି। ‌

Laxminarayan Moharana.

Laxminarayan Moharana. Photograph: (sambad.in)

ଝାରସୁଗୁଡ଼ା: ବେଲପାହାଡ଼ ପୌରପରିଷଦରେ ପଶିଲା ଭିଜିଲାନ୍ସ। ଆଜି ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି କଳାବତି ବାଗଙ୍କ ନେତୃତ୍ବରେ ୪ଜଣିଆ ଟିମ୍ ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି।

୨୦୧୬ରୁ ୨୦୨୩ ଅବଧି ମଧ୍ୟରେ ଭିନ୍ନ କାର୍ଯ୍ୟ ପାଇଁ ଏନ୍‌ଏମ୍‌ଆର୍‌ ଓ ଡିଏଲ୍‌ଆରେ ନିଯୁକ୍ତ ଏହି ୩ କର୍ମଚାରୀଙ୍କୁ ସୁପ୍ରିମ୍‌ ପାୱାର ପ୍ରଦାନ କରାଯାଇଥିଲା। ଏପରିକି ଏଟିଏସ୍‌ ଭାବେ ନିଯୁକ୍ତ କର୍ମଚାରୀ କେତେବେଳେ ଆମ୍ବୁଲାନ୍ସ ଚାଳକ ତ କେତେବେଳେ ପିଅନ ଭୂମିକାରେ ମଧ୍ୟ ରହିଛନ୍ତି। ଏହି ୩ ଜଣ କର୍ମଚାରୀଙ୍କ ଢାଲ କରି ସେହି ସମୟରେ ମନଇଚ୍ଛା ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଛି। ୩ ଜଣଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ନାଁରେ ୧୮ ଲକ୍ଷ, ଜଣଙ୍କ ନାଁରେ ସାଢ଼େ ୩ ଲକ୍ଷ ଟଙ୍କା ଓ ଅନ୍ୟ ଜଣେ କର୍ମଚାରୀଙ୍କ ନାମରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଗ୍ରୀମ ଉଠାଣ ହୋଇଛି। କର୍ମଚାରୀଙ୍କ ନାମରେ ଅଗ୍ରୀମ ପ୍ରଦାନ କରାଯିବାର ସ୍ବତନ୍ତ୍ର ନିୟମ ରହିଥିବା ବେଳେ କେଉଁ ପରିସ୍ଥିତିରେ ୧୦ରୁ ୧୫ ହଜାର ଟଙ୍କାର ଦରମା ପାଉଥିବା ଏହି କର୍ମଚାରୀଙ୍କୁ କିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କାର ଅଗ୍ରୀମ ଦିଆଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତମାମ୍‌ ଘଟଣା ସାମ୍ନାକୁ ଆସିବା ପରେ ମ୍ୟୁନିସିପାଲଟିରେ କର୍ମଚାରୀଙ୍କ ଚଉକି ବଦଳି କରାଯାଇଥିବା ବେଳେ ଅଫିସ୍‌ କାର୍ଯ୍ୟର ସୁପରିଚାଳନା ନେଇ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୨ଟି ଚିଠି ମଧ୍ୟ ହୋଇଛି। ସେପଟେ, ମ୍ୟୁନିସିପାଲଟିର ଦୟାନିଧି ଖମାରୀ, ଗୁରୁଦେବ ପ୍ରଧାନ ଓ ମହେଶ ବିଶ୍ବାଳ ଲୋକଙ୍କ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ମ୍ୟୁନିସିପାଲଟିର ଉପାଧ୍ୟକ୍ଷା ରୀନା ସୁନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ସ୍ବତନ୍ତ୍ର ଅଡିଟ୍ପରେ ବେଲପାହାଡ଼ ମ୍ୟୁନିସିପାଲଟିରେ ହୋଇଥିବାକୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଛି।ହେରଫେର୍କରିଥିବା ଅଧିକାରୀଙ୍କଠାରୁ ଟଙ୍କା ରିକଭରି କରିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିବା ପରେ ଏହି ଘଟଣାକୁ ନେଇ ଏବେ ମ୍ୟୁନିସିପାଲଟିରେ ତମ୍ଭିତୋଫାନ ହୋଇଛି। ବିଶେଷକରି କରୋନା ମହାମାରୀ ସମୟରେ ମ୍ୟୁନିସିପାଲଟିରେ ଦିନିକିଆ ପାରିଶ୍ରମିକରେ କାମ କରୁଥିବା ଜଣ କର୍ମଚାରୀ ହିଁ ପ୍ରାୟ ୭୨ ଲକ୍ଷ ଟଙ୍କାରୁ ଅଗ୍ରୀମ ଉଠାଇ ନେଇଥିବା ବେଳେ ସେବାବଦ କୌଣସି ବିଲ୍ଦାଖଲ କରିନାହାନ୍ତି କି ଉକ୍ତ ଅଗ୍ରୀମ ଟଙ୍କା ଭରଣା ମଧ୍ୟ କରିନାହାନ୍ତି। ଯାହା ସ୍ବତନ୍ତ୍ର ଅଡିଟ୍ସମୟରେ ଧରାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୬ରୁ ୨୦୨୩ ଅବଧି ମଧ୍ୟରେ ଭିନ୍ନ କାର୍ଯ୍ୟ ପାଇଁ ଏନ୍ଏମ୍ଆର୍ ଡିଏଲ୍ଆରେ ନିଯୁକ୍ତ ଏହି କର୍ମଚାରୀଙ୍କୁ ସୁପ୍ରିମ୍ପାୱାର ପ୍ରଦାନ କରାଯାଇଥିଲା। ଏପରିକି ଏଟିଏସ୍ଭାବେ ନିଯୁକ୍ତ କର୍ମଚାରୀ କେତେବେଳେ ଆମ୍ବୁଲାନ୍ସ ଚାଳକ କେତେବେଳେ ପିଅନ ଭୂମିକାରେ ମଧ୍ୟ ରହିଛନ୍ତି। ଏହି ଜଣ କର୍ମଚାରୀଙ୍କ ଢାଲ କରି ସେହି ସମୟରେ ମନଇଚ୍ଛା ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଛି। ଜଣଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ନାଁରେ ୧୮ ଲକ୍ଷ, ଜଣଙ୍କ ନାଁରେ ସାଢ଼େ ଲକ୍ଷ ଟଙ୍କା ଅନ୍ୟ ଜଣେ କର୍ମଚାରୀଙ୍କ ନାମରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଗ୍ରୀମ ଉଠାଣ ହୋଇଛି। କର୍ମଚାରୀଙ୍କ ନାମରେ ଅଗ୍ରୀମ ପ୍ରଦାନ କରାଯିବାର ସ୍ବତନ୍ତ୍ର ନିୟମ ରହିଥିବା ବେଳେ କେଉଁ ପରିସ୍ଥିତିରେ ୧୦ରୁ ୧୫ ହଜାର ଟଙ୍କାର ଦରମା ପାଉଥିବା ଏହି କର୍ମଚାରୀଙ୍କୁ କିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କାର ଅଗ୍ରୀମ ଦିଆଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତମାମ୍ଘଟଣା ସାମ୍ନାକୁ ଆସିବା ପରେ ମ୍ୟୁନିସିପାଲଟିରେ କର୍ମଚାରୀଙ୍କ ଚଉକି ବଦଳି କରାଯାଇଥିବା ବେଳେ ଅଫିସ୍କାର୍ଯ୍ୟର ସୁପରିଚାଳନା ନେଇ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୨ଟି ଚିଠି ମଧ୍ୟ ହୋଇଛି। ସେପଟେ, ମ୍ୟୁନିସିପାଲଟିର ଦୟାନିଧି ଖମାରୀ, ଗୁରୁଦେବ ପ୍ରଧାନ ମହେଶ ବିଶ୍ବାଳ ଲୋକଙ୍କ ଟଙ୍କା ଆତ୍ମସାତ୍କରିଥିବା ନେଇ ମ୍ୟୁନିସିପାଲଟିର ଉପାଧ୍ୟକ୍ଷା ରୀନା ସୁନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe