ସରକାରୀ ବାବୁଙ୍କ ବିପୁଳ ସଂପତ୍ତି ଠାବ, ଘରୁ ମିଳିଲା ଏକ କିଲୋ ସୁନା

ଭିଜିଲାନ୍ସ ଜାଲରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା। ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ , ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା ଠାବ ହୋଇଛି।

jk

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା। ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିଲା। ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି।

ଭିଜିଲାନ୍ସ ଟିମ୍ ଭୁବନେଶ୍ବର ଦୁଇଟି ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି।ଆଇଗିଣିଆରେ ଥିବା ବାସଭବନ, ମଞ୍ଚେଶ୍ବର ବରିମୁଣ୍ଡ ପୈତୃକ ଘରେ ଚଢ଼ାଉ କରାଯାଉଛି। ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଭଡ଼ା ଘର ଓ ବିଏନ୍ପୁରରେ ଥିବା କାର୍ଯ୍ୟାଳୟରେ ବି ପହଞ୍ଚି ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe