Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ

Advertisment

ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। 

ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। 

Untitled

vigilance raid at residence of ranger Rajendra kumar samantray Photograph: (Sambad.in)

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନାଗହଣା ଜବତ କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଜଗତସିଂପୁର ଜିଲ୍ଲା ରାହାମା ବନ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ନିମ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି। 

ଆହୁରି ପଢ଼ନ୍ତୁ:One-day workshop: କୁଳପତି ଓ ଅଧ୍ୟକ୍ଷଙ୍କ ଦିନିକିଆ କର୍ମଶାଳା,‘ପ୍ରତି ଜିଲ୍ଲାରେ ହେବ ବିଶ୍ବବିଦ୍ୟା‌ଳୟ’

୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍

(୧) ଜଗତସିଂପୁରର ଚତରାଠାରେ ଅବସ୍ଥିତ ଆବାସିକ ତିନି ମହଲା କୋଠା।

(୨) ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ସାମନ୍ତରାୟପୁର, ପୋ-ଡୋଣ୍ଡୋ, ନିଜ ଗ୍ରାମଠାରେ ଦୁଇ ମହଲା ବିଶିଷ୍ଟ କୋଠା।

(୩) କଟକ ବନ ବିଭାଗ ଅଧୀନରେ ଥିବା ଫରେଷ୍ଟ ରେଞ୍ଜ, ସମ୍ପୁର, ଜଗତସିଂହପୁରରେ ଅବସ୍ଥିତ କାର୍ଯ୍ୟାଳୟ।

(୪) ଜଗତସିଂପୁର ଫରେଷ୍ଟ ରେଞ୍ଜ ପରିସରରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ।

ଆହୁରି ପଢ଼ନ୍ତୁ: winter: ବଡ଼ଦିନ ଓ ନୂଆବର୍ଷରେ ବି ଥଣ୍ଡାରୁ ତ୍ରାହି ନାହିଁ

ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଡିଏସପି, ୮ ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଜଗତସିଂପୁର ଜିଲ୍ଲାର ଉପରୋକ୍ତ ସ୍ଥାନଗୁଡ଼ିକରେ ଏକକାଳୀନ ଘର ଚଢ଼ାଉ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe