ଜଗତସିଂହପୁର: ଫରେଷ୍ଟରରୁ ରେଞ୍ଜର୍, ସଂପତ୍ତି କୋଟି କୋଟି ଟଙ୍କାର। ଚାକିରି ଆରମ୍ଭ କରିଥିଲେ ମାତ୍ର ଦେଢ଼ ହଜାର ଟଙ୍କାରେ। ୪୦ ବର୍ଷରେ ରୋଜଗାର କରିଛନ୍ତି ଅମାପ ସଂପତ୍ତି। ଏକଥା ଆମେ କହୁନାହୁଁ। କହୁଛି ଭିଜିଲାନ୍ସ ତଥ୍ୟ। ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ କଥା ଏଠାରେ କୁହାଯାଉଛି।

Advertisment

୧୯୬୬ ଜୁନ୍ ୪ ତାରିଖରେ ଜନ୍ମିତ ଶ୍ରୀ ସାମନ୍ତରାୟ ୨୬.୧୧.୧୯୮୫ରେ ଫରେଷ୍ଟର ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ଏବଂ ମାସିକ ୧୫୦୦ ଟଙ୍କା ଦରମା ପାଇଥିଲେ। ତା’ପରେ, ୧୫.୯.୨୦୨୧ ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ସେ ଜଙ୍ଗଲ ବିଭାଗ (କ୍ଷେତ୍ର) ଅନୁଗୁଳରେ ଯୋଗ ଦେଇଥିଲେ। ପୁନର୍ବାର ୩୧.୦୮.୨୦୨୩ ରେ ଶ୍ରୀ ସାମନ୍ତରାୟଙ୍କୁ ରେଞ୍ଜର ପଦବୀରେ ପଦୋନ୍ନତି ଦିଆଯାଇଥିଲା ଏବଂ ସେ ଜଗତସିଂହପୁରର ରାହାମା ଫରେଷ୍ଟ ରେଞ୍ଜରେ ଯୋଗ ଦେଇଥିଲେ। ସେ ଆଜି ପର୍ଯ୍ୟନ୍ତ ଜଗତସିଂହପୁରରେ ଏହି ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ଶ୍ରୀ ସାମନ୍ତରାୟ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି।
ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ସହିତ ଜଡ଼ିତ ସମ୍ପତ୍ତି ଉପରେ ଚଢ଼ାଉ ସମୟରେ ଦୁଇଟି ବହୁମହଲା କୋଠା, ୩ ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩.୫ ଲକ୍ଷ ଟଙ୍କା, ପ୍ରାୟ ୨୦୦ ଗ୍ରାମ ସୁନା ଓ ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଓ ଡାକ ଇତ୍ୟାଦି ଜମା ଠାବ କରାଯାଇଛି।

ଆହୁରି ପଢ଼ନ୍ତୁ: Minor Pregnant Accused Arrested ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ: ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା, ବନ୍ଧା ହେଲା ଅଭିଯୁକ୍ତ

୩.୫ ଲକ୍ଷ ଟଙ୍କା ନଗଦ ଠାବ

ଏପର୍ଯ୍ୟନ୍ତ ଚଢ଼ାଉ ସମୟରେ, ଶ୍ରୀ ସାମନ୍ତରାୟ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନିମ୍ନଲିଖିତ ସମ୍ପତ୍ତି ଠାବ କରାଯାଇଛି;

୧. ଜଗତସିଂହପୁରର ଚତରାଠାରେ ପ୍ରାୟ ୫୫୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ଭବ୍ୟ ତିନି ମହଲା କୋଠା।

୨. ଜଗତସିଂହପୁର ଜିଲ୍ଲାର ସାମନ୍ତରାୟପୁରରେ ଥିବା ପୈତୃକ ଗ୍ରାମରେ ୨୫୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ଦୁଇ ମହଲା କୋଠା।

୩. ଜଗତସିଂହପୁର ସହରରେ ୨ଟି ଏବଂ କଟକ ସହର ଉପକଣ୍ଠରେ ଗୋଟିଏ ପ୍ଲଟ୍ ସମେତ ୩ ଟି ମୂଲ୍ୟବାନ ପ୍ଲଟ୍।

ଉପରୋକ୍ତ କୋଠା/ପ୍ଲଟର ମାପ ଏବଂ ମୂଲ୍ୟାଙ୍କନ/ମୂଲ୍ୟାୟନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା କରାଯାଉଛି।

୪. ୩.୫ ଲକ୍ଷ ଟଙ୍କା ନଗଦ।

ଆହୁରି ପଢ଼ନ୍ତୁ: Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ

୫. ବ୍ୟାଙ୍କ ଏବଂ ପୋଷ୍ଟାଲ୍ ଜମା ୬୭ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ନିବେଶ ନିର୍ଣ୍ଣୟ କରାଯାଉଛି।

୬. ସୁନା ଅଳଙ୍କାର ପ୍ରାୟ ୨୦୦ ଗ୍ରାମ।

୭. ୧ ଚାରି ଚକିଆ (ବୋଲେରୋ) ଏବଂ ୨ ଟି ଦୁଇ ଚକିଆ ଯାନ।