‘ବିକାଶ ବାହନ’ ରଥର ଶୁଭାରମ୍ଭ

Advertisment

ଘୁ.ଉଦୟଗିରି ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନ କାଳରେ ବହୁ ବିବିଧ ଲୋକାଭିମୁଖୀ ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସନ୍ଦେଶ ଓ କାର୍ଯ୍ୟକାରିତା ଉପଲବ୍ଧ କରେଇବା ପରିପ୍ରେକ୍ଷୀରେ ‘ବିକାଶ ବାହନ’ ରଥ ଗଡ଼ିଛି।

ଘୁ.ଉଦୟଗିରି ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନ କାଳରେ ବହୁ ବିବିଧ ଲୋକାଭିମୁଖୀ ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସନ୍ଦେଶ ଓ କାର୍ଯ୍ୟକାରିତା ଉପଲବ୍ଧ କରେଇବା ପରିପ୍ରେକ୍ଷୀରେ ‘ବିକାଶ ବାହନ’ ରଥ ଗଡ଼ିଛି।

G Udayagiri

G Udayagiri Photograph: (sambad.in)

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ପରିସରରେ  ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନ କାଳରେ ବହୁ ବିବିଧ ଲୋକାଭିମୁଖୀ ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସନ୍ଦେଶ ଓ କାର୍ଯ୍ୟକାରିତା ଉପଲବ୍ଧ କରେଇବା ପରିପ୍ରେକ୍ଷୀରେ ‘ବିକାଶ ବାହନ’ ପ୍ରଦକ୍ଷୀଣ କାର୍ଯ୍ୟକ୍ରମକୁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ଉପସ୍ଥିତ ରହି ପୂଜାର୍ଚ୍ଚନା ପୂର୍ବକ ସବୁଜ ପତାକା ଦେଖାଇ ‘ବିକାଶ ବାହନ’କୁ ଶୁଭାରମ୍ଭ କରିଥିଲେ। ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବର୍ଷ ପୂର୍ତ୍ତି ଶାସନ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କର ସେବା କରିଥିବା ଯୋଜନା ବିଷୟରେ ଘୋଷଣା କରିଥିବା ବେଳେ ଏହା ଯେପରି ସମସ୍ତ ଲୋକଙ୍କ ନିକଟକୁ ବାର୍ତ୍ତା ପହଞ୍ଚିପାରିବ ସେଥିନିମନ୍ତେ ‘ବିକାଶ ବାହନ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।

କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ପିଇଓ ସୁଧୀର କୁମାର ନାୟକ, ଏଇଈ ଅସିତ୍ କୁମାର ସେଠୀ, ସିଡ଼ିପିଓ କଳ୍ପନା ଶତପଥୀ, ଏପିଓ ଗାୟତ୍ରୀ ସାହୁ, ବିଆରସି ମାନୁଏଲ୍ ନାୟକ, ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ, କନିଷ୍ଠ ଯନ୍ତ୍ରୀ ନରେଶ ଚନ୍ଦ୍ର ପ୍ରଧାନ, ନୋଡାଲ ଅଧିକାରୀ ଓ କତିଙ୍ଗିଆ ସରପଞ୍ଚ ବିଭୂତି ପ୍ରଧାନ, ରାଇକଲା ସରପଞ୍ଚ ସଂଗୀତା ପ୍ରଧାନ, ମାଲିକାପୋଡ଼ି ସରପଞ୍ଚ ଝରଣା ପ୍ରଧାନ ସମେତ ମିସନ ଶକ୍ତି ଜିଲ୍ଲା ସଭାନେତ୍ରୀ କୁମୁଦିନୀ ଦିଗାଲ, ଯୋଗାଣ ବିଭାଗ ଅଧିକାରୀ ସମେତ ସମସ୍ତ ସିଆରପି, ଏମବିକେ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ‘ବିକାଶ ବାହନ’ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମ କରିଥିଲେ।

ଶେଷରେ ରଥ ଗଡ଼ି ତଲାରିମାହା ପଞ୍ଚାୟତ ଯାଇଥିଲା ଓ ସେଠାରେ ସରକାରଙ୍କ ଏକ ବର୍ଷ ଶାସନ ପୂର୍ତ୍ତି ଅବସରରେ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ। ଯାହା ସୂଚନା ରହିଛି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହେବ ଓ ଲୋକଙ୍କୁ ସରକାରଙ୍କ କାର୍ଯ୍ୟ ବିଷୟରେ ଅବଗତ କରାଯିବ ବୋଲି ସୂଚନା ରହିଛି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe