ବଢ଼ିଲା ନାଳକୁ ଖଟିଆ ଭରଷା: ଗୁରୁତର ରୋଗୀକୁ ଏମିତି ନେଲେ ଗ୍ରାମବାସୀ

ବାକରତୋଡା ଗାଁର ଶାନ୍ତି ମୁଣ୍ଡାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗ୍ରାମବାସୀ ଏବଂ ପଡୋଶୀ ପ୍ରଥମେ ୫୦ ବର୍ଷୀୟ ଶାନ୍ତିଙ୍କୁ ମେଡିକାଲ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ଲଘୁଚାପଜନିତ ବର୍ଷାରେ କୁରାଢ଼ି ନାଳରେ ପ୍ରବଳ ବର୍ଷା ଜଳ ଆସିଜିବାରୁ ନାଳ ଫୁଲି ଉଠିଥିଲା।

Koida

କୋଇଡ଼ା: ବାର୍ଦ୍ଧକ୍ୟ ଯନ୍ତ୍ରଣା କଷ୍ଟ ଦାୟକ ହେବାରୁ ପଡ଼ୋଶୀଙ୍କ ସାହାଯ୍ୟରେ ବଢ଼ିଲା ନାଳକୁ ଖଟିଆ ସାହାଯ୍ୟରେ ପାର କଲେ ୫୦ ବର୍ଷୀୟା ମହିଳା ଶାନ୍ତି ମୁଣ୍ଡା। ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ବାକରତୋଡା ଗାଁର। 

ବାକରତୋଡା ଗାଁର ଶାନ୍ତି ମୁଣ୍ଡାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗ୍ରାମବାସୀ ଏବଂ ପଡ଼ୋଶୀ ପ୍ରଥମେ ୫୦ ବର୍ଷୀୟ ଶାନ୍ତିଙ୍କୁ ମେଡିକାଲ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ଲଘୁଚାପଜନିତ ବର୍ଷାରେ କୁରାଢ଼ି ନାଳରେ ପ୍ରବଳ ବର୍ଷା ଜଳ ଆସିଜିବାରୁ ନାଳ ଫୁଲି ଉଠିଥିଲା। ବାକରତୋଡ଼ାରୁ ସାନରକ୍ସି ଓ କେ ବଲାଙ୍ଗ ମୁଖ୍ୟରାସ୍ତାକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଫଳରେ ଶେଷରେ ଗୁରୁତର ଶାନ୍ତିକୁ ଗ୍ରାମବାସୀ ବଞ୍ଚାଇବାକୁ ଯାଇ ଭରା ନାଳରେ ଖଟିଆକୁ କାନ୍ଧରେ ରଖି ପାର କରିଥିଲେ।

ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୦ ବର୍ଷରୁ ଅଧିକ ସମୟ ବିତିଯାଇଛି। ମାତ୍ର କ୍ଷୋଭର କଥା ଯେ, ଆଜି ରାଜ୍ୟର ଉପାନ୍ତ ଓ ଦୁଗର୍ମ ଜିଲ୍ଲାଗୁଡ଼ିକରେ ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଅନେକ ଗାଁକୁ ରାସ୍ତା ନାହିଁ। ସ୍ବାସ୍ଥ୍ୟ ଓ ଶିକ୍ଷା ସାତ ସପନ ପାଲଟିଛି। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ଆସିଛି। ବଡ଼ବଡ଼ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତା ହାତେଇଛି। ବିଜେପି ସରକାରକୁ ବର୍ଷେରୁ ଅଧିକ ସମୟ ହୋଇଛି। ସାଧାରଣ ନିର୍ବାଚନ-୨୦୨୪ ପ୍ରଚାର ସମୟରେ ୫ବର୍ଷରେ ୫୦ ଗୁଣ ବିକାଶ କହିଥିବା ବିଜେପି ଗୋଟିଏ ବର୍ଷରେ ୧୦ଗୁଣ ବିକାଶ କରିପାରିଛି କି ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି। 

ଏଠାରେ ଲୋକଙ୍କ ଅଭିଯୋଗ ବାକରତୋଡ଼ାରୁ ସାନରକ୍ସି ଯିବା ପାଇଁ କୁରାଢି ନାଳରେ କୌଣସି ବ୍ରିଜ ନଥିବାରୁ ଶେଷରେ ଲୋକେ ଏଭଳି ପ୍ରୟାସ କରିଥିବା ଜଣାପଡ଼ିଛି। ଭରା ନାଳକୁ ପାର କରି ଗୁରୁତର ଶାନ୍ତି ମୁଣ୍ଡାଙ୍କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରା ଯାଉଛି। ଏବେ ଶାନ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଉପାନ୍ତ ଅଞ୍ଚାଳରେ ଏବେବି ସ୍ବାସ୍ଥ୍ୟ ଅବସ୍ଥାର ବିକଳ ଚିତ୍ର ଏବେ ସମସ୍ତଙ୍କୁ ବ୍ୟଥିତ କରିଛି।

sundargarh | Koida

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe