ଭୁବନେଶ୍ବର: ଜନସାଧାରଣଙ୍କ ନିକଟରେ ସୁଶାସନ ବ୍ୟବସ୍ଥା ପହଞ୍ଚାଇବାକୁ ହେଲେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ଅତି ସରଳ କରିବାକୁ ପଡ଼ିବ। ଘର ଠାରୁ କମ୍ ଦୂରତାରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ରହିଲେ ଲୋକେ ସୁବିଧା ପାଇପାରିବେ। କିନ୍ତୁ ରାଜ୍ୟରେ ଅନେକ ଗାଁର ଲୋକେ ନିଜ ବ୍ଲକ ମୁଖ୍ୟାଳୟକୁ ପହଞ୍ଚିବା ପାଇଁ ୭୫କିମି ଦୂର ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରୁଛନ୍ତି।
ଏହି ଖବର ପଢ଼ନ୍ତୁ: ବରଗଡ଼ ଧନୁଯାତ୍ରା: ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ
ରାଜ୍ୟରେ ୧୯୮୪ ମସିହାରେ ଶେଷ ଥର ପାଇଁ ୧୦ଟି ବ୍ଲକ୍ ଗଠନ କରାଯାଇଥିଲା। ସେହିଦିନ ଠାରୁ ଆଉ ନୂଆ ବ୍ଲକ ଗଠନ କରାଯାଇ ନାହିଁ। ଅନ୍ୟପଟରେ ଏହି ୪୦ ବର୍ଷ ମଧ୍ୟରେ ୩୧୪ ବ୍ଲକର ଜନସଂଖ୍ୟାରେ ବଡ଼ ପରିବର୍ତ୍ତନ ହୋଇସାରିଛି। ଏନେଇ ଅନେକ ଥର ବ୍ଲକ୍ ପାଇଁ ଦାବି ଉଠିଛି, ବିଭିନ୍ନ ସଂଗଠନ ରାଜରାସ୍ତାକୁ ଆସିଛନ୍ତି। ବିଧାନସଭାରେ ମଧ୍ୟ ସରଗରମ ଆଲୋଚନା ହୋଇଛି। ହେଲେ, ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଯୋଗୁ ନୂଆଁ ବ୍ଲକ ଗଠନ ହୋଇପାରି ନାହିଁ। ଏବେ ମୋହନ ମାଝୀଙ୍କ ସରକାର ନୂଆ ବ୍ଲକ ଗଠନ କରିବା ପାଇଁ ପାଦେ ଆଗକୁ ବଢ଼ିଥିବା ଚର୍ଚ୍ଚା ଧରିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ବ୍ଲକ ସଂଖ୍ୟା ବଢ଼ିବାର ଆବଶ୍ୟକତା ରହିଛି। ସୁଶାସନ ପାଇଁ ନୂଆଁ ବ୍ଲକ ହେବା ଦରକାର। ଏଥି ପାଇଁ ୨ଟି ରାଉଣ୍ଡରେ ଆଲୋଚନା ସରିଛି।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ସିରିଜ ଦୁର୍ଘଟଣା: ଏକାଧିକ ବ୍ୟକ୍ତି ଆହତ, ଚାପା ଉତ୍ତେଜନା ଜାରି
କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମା ପଞ୍ଚାୟତ ଅଧୀନ ମଧୁପୁର, ମାଚ୍ଛାଗୁଡ଼ା, ଭେଜିନିଗୁଡ଼ା, କଣ୍ଟାବାଉଁଶଗୁଡ଼ା, ମାଙ୍କଡ଼ପାଣି, ମାଡୁକ, ବାଉଁଶିଆଗୁଡ଼ାର ଲୋକମାନେ ନିଜ ବ୍ଲକ ‘ବୈପାରୀଗୁଡ଼ା’କୁ ଆସିବା ପାଇଁ ୭୫କିମି ଦୂର ଅତିକ୍ରମ କରିଥାନ୍ତି। ଏମାନେ କୋରାପୁଟ ଜିଲ୍ଲା ନିବାସୀ ହୋଇଥିଲେ ମଧ୍ୟ ଭୌଗଳିକ ସ୍ଥିତି ଭିନ୍ନ ଥିବା ଯୋଗୁଁ ମାଲକାନଗିରି ଜିଲ୍ଲା ଦେଇ ବୈପାରିଗୁଡ଼ା ସଦର ମହକୁମାକୁ ପହଞ୍ଚିଥାନ୍ତି। ଏହି ଗାଁଗୁଡ଼ିକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ସେହିପରି ପକ୍କା ରାସ୍ତା ମଧ୍ୟ ସାତସପନ ପାଲଟିଛି। ଲୋକେ କୋଲାବ ନଦୀରେ ଡଙ୍ଗା ପକାଇ ଯାତାୟତ କରିଥାନ୍ତି।
ଏହି ଖବର ପଢ଼ନ୍ତୁ: ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ
ରାଜ୍ୟରେ ବ୍ଲକ ସଂଖ୍ୟା ବଢ଼ିବା ଯେତିକି ଗୁରୁତ୍ବପୂର୍ଣ୍ଣ, ଏହା ସେତିକି ଜଟିଳ ବ୍ୟାପାର। କାରଣ ନୂଆ ବ୍ଲକ ଗଠନ ହେବାକୁ ହେଲେ ବ୍ଲକ ବିଭାଜନ କରିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ପଞ୍ଚାୟତରାଜ ବିଭାଗ ସହିତ ସଚିବଙ୍କ ସହିତ ୨ଟି ରାଉଣ୍ଡରେ ଆଲୋଚନା ହୋଇଛି। ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନର ଆବଶ୍ୟକତା ରହିଛି। ନୂଆ ବ୍ଲକ ଗଠନ ପାଇଁ କମିସନର ଆବଶ୍ୟକତା ରହିଛି। କମିସନ ହିଁ ନୂଆ ବ୍ଲକର ମାନଦଣ୍ଡ ତିଆରି କରିପାରିବେ।
ଏହି ଖବର ପଢ଼ନ୍ତୁ: ପୁଅ ହେଲାନି ବୋଲି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲେ ସ୍ୱାମୀ
ଏବେ ରାଜ୍ୟର ଅନେକଗୁଡ଼ିଏ ବଡ଼ବଡ଼ ବ୍ଲକ୍ ରହିଛି। କେଉଁଠି ୪୦ଟି ତ ଆଉ କେଉଁଠି ୩୫ଟି ପଞ୍ଚାୟତ ରହିଛି। ଯାଜପୁରର ବଡ଼ଚଣାରେ ସର୍ବାଧିକ ୪୩ଟି ପଂଚାୟତ ରହିଛି। ବାଲେଶ୍ବରର ଭୋଗରାଇ, କୋରାପୁଟର ବୋରିଗୁମ୍ମା ଓ ଦଶମନ୍ତପୁର, ଗଜପତିର ମୋହନା ଯେଉଁଠି ୩୯ଟି ଲେଖାଏଁ ପଞ୍ଚାୟତ ରହିଛି। ଝାରସୁଗୁଡାର ଲଖନପୁର ୩୩ଟି ପଞ୍ଚାୟତ ରହିଛି। ୨୦୧୭ରେ ବିଜେଡି ସରକାର ସମୟରେ ୫୦୦ ନୂଆ ପଞ୍ଚାୟତ ଗଠନ କରାଯାଇଥିଲା। ହେଲେ ୨୪ ବର୍ଷ ଶାସନ କାଳରେ ନୂଆ ବ୍ଲକ ନେଇ କୌଣସି ନିଷ୍ପତ୍ତି ନେଇପାରିନଥିଲେ। ୧୯୫୮ ମସିହାରେ ରାଜ୍ୟରେ ୧୨୪ଟି ବ୍ଲକ୍ ରହିଥିଲାବେଲେ ୧୯୬୧କୁ ଏହି ସଂଖ୍ୟା ୨୧୪ ଛୁଇଁଥିଲା।