ଯୁବତୀଙ୍କୁ ଅପହରଣ ଉଦ୍ୟମ ବିଫଳ; ମାଡ଼ିବସିଲେ ଗ୍ରାମବାସୀ

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ଜନୈକ ଯୁବତୀଙ୍କର ସଂପାଦିତ ଅଶ୍ଳୀଳ ଫୋଟ ଭାଇରାଲ କରିବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଜଣେ ଯୁବକ।

Baisinga

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ଜନୈକ ଯୁବତୀଙ୍କର ସଂପାଦିତ ଅଶ୍ଳୀଳ ଫୋଟ ଭାଇରାଲ କରିବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଜଣେ ଯୁବକ। ଯୁବତୀ ଅରାଜି ହେବାରୁ ତାକୁ ବଳପୂର୍ବକ ଅପହରଣ କରିବାର ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀ ମାଡ଼ିବସିଛନ୍ତିl ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୁଲିସl ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସୋମନାଥପୁର ଅଞ୍ଚଳର ପ୍ରିନ୍ସ କୁମାର ଜେନାl

ବାଲେଶ୍ୱର ଜିଲ୍ଲା ସୋମନାଥପୁର ଅଞ୍ଚଳର ପ୍ରିନ୍ସ କୁମାର ଜେନା ବୈଶିଙ୍ଗା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲାl ପରେ କୌଣସି ସୂତ୍ରରୁ ଯୁବତୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି କଥାବାର୍ତ୍ତା ଆରମ୍ଭ କରିଥିଲାl ଯୁବତୀଙ୍କ କିଛି ଫୋଟ ମଧ୍ୟ ଇନଷ୍ଟାଗ୍ରାମରୁ ଡାଉନଲୋଡ଼ କରିଥିଲା ଓ ପରେ ସେସବୁକୁ କୌଶଳକ୍ରମେ ଏଡିଟ କରିଥିଲା। ଏହାକୁ ଅଶ୍ଳୀଳ ଫଟୋ ତିଆରି କରିଥିଲା ଏବଂ ଭାଇରାଲ କରିବାର ଧମକ ଦେଇ ହୋଟେଲରେ ଯାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲାl

ଯୁବତୀ ରାଜି ନହେବାରୁ ତାଙ୍କୁ ରାତି ଅଧାରେ ଫୋନ କରି ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳିଦେବା ସହିତ ଫୋଟ ଭାଇରଲର ଧମକ ଦେଇଚାଲିଥିଲାl ତେବେ ଗତକାଲି ସନ୍ଧ୍ୟାରେ ପ୍ରିନ୍ସ ପୁଣି ଧମକ ଦେଇ ବୈଶିଙ୍ଗାସ୍ଥିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ନିକଟକୁ ଡାକିଥିଲାl

ଯୁବତୀ ଏଖବର ନିଜ ପରିବାର ଲୋକଙ୍କୁ ଜଣାଇ ପ୍ରିନ୍ସକୁ ଦେଖା କରିବାକୁ ନିଜ ଝିଆରୀ ସହିତ ସ୍କୁଲ ନିକଟକୁ ଯାଇଥିଲାl ସେଠାରେ ପହଞ୍ଚିବା ପରେ ପ୍ରିନ୍ସ ତାକୁ ବାଇକରେ ବସି ତାସହିତ ଯିବାକୁ ବାଧ୍ୟ କରିଥିଲା। ଯୁବତୀ ରାଜି ନହେବାରୁ ସେ ସେଠାରେ ଟଣାଓଟରା କରି ବଳପୂର୍ବକ ଅପହରଣ କରିବାକୁ ଉଦ୍ୟମ କରିଥିଲା, ଯୋଉଁଥିପାଇଁ ସେ ତଳେ ପଡ଼ି ଖଣ୍ଡିଆଖାବରା ହୋଇଯାଇଥିଲାl

ପରେ ଯୋଜନା ମୁତାବକ ଯୁବତୀଙ୍କ ପରିବାର ଲୋକ ଓ ଗ୍ରାମବାସୀ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ପ୍ରିନ୍ସକୁ କାବୁ କରିନେଇଥିଲେ ଓ ପୁଲିସକୁ ଖବର ଦେଇଥିଲେl ବୈଶିଙ୍ଗା ଥାନା ଏସଆଇ ଅଶୋକ ପାତ୍ର ପ୍ରିନ୍ସକୁ ଗିରଫ କରିବା ସହିତ ଯୁବତୀଙ୍କ ଲିଖିତ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛିl ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରିନ୍ସକୁ କୋର୍ଟ ଚାଲାଣ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe