ରାତିଅଧରେ ବୁଲୁଥିବା ସଂଦିଗ୍ଧ ଯୁବକକୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

ଗ୍ରାମବାସୀ ଘେରିଯାଇ ଜଣେ ଯୁବକକୁ ବାନ୍ଧିଥିଲେ ଅନ୍ୟ ଦୁଇ ମାରିଥିଲେ ଚମ୍ପଟ। ଗତ କିଛି ଦିନ ହେବ କୋରାପୁଟ ବ୍ଲକର ବିଭିନ୍ନ ଗାଁରେ ଛେଳି ଚୋରି ହେଉଥିବାରୁ ଲୋକେ ଛେଳି ଚୋର ଭାବିଥିଲେ।

Kangaroo Court

Kangaroo Court Photograph: (sambad.in)

କୋରାପୁଟ: କୋରାପୁଟ ଜିଲ୍ଲା ସଦରମହକୁମା ବ୍ଲକର ସଦରଥାନା ଅର୍ନ୍ତଗତ ମସ୍ତିପୁଟ ପଞ୍ଚାୟତ ରୁଣ୍ଡିଆମ୍ବ ଗାଁରେ ଗୁରୁବାର ମଧ୍ୟରାତିରେ ତିନିଜଣ ଅଜଣା ଯୁବକ ସଂଦୋହସ୍ପଦ ଅବସ୍ଥାରେ ବୁଲୁଥିଲେ। ଗାଁ ମୁଣ୍ଡରେ ଥିବା ଦୋକାନର ତାଲା ଭାଙ୍ଗୁଥିବା ବେଳେ ଦେଖିଥିଲେ ଗ୍ରାମବାସୀ। ଧରାପଡ଼ିବା ଭୟରେ ବାଇକ୍ ଛାଡି ଦୈଡିବାକୁ ଲାଗିଥିଲେ ତିନି ଜଣ। 

ତେବେ ଗ୍ରାମବାସୀ ଘେରିଯାଇ ଜଣେ ଯୁବକକୁ ବାନ୍ଧିଥିଲେ ଅନ୍ୟ ଦୁଇ ମାରିଥିଲେ ଚମ୍ପଟ। ଗତ କିଛି ଦିନ ହେବ କୋରାପୁଟ ବ୍ଲକର ବିଭିନ୍ନ ଗାଁରେ ଛେଳି ଚୋରି ହେଉଥିବାରୁ ଲୋକେ ଛେଳି ଚୋର ଭାବିଥିଲେ। ଧରା ପଡ଼ିଥିବା ସଂଦିଗ୍ଧ ଯୁବକ ଜଣକ ବି କେଉଁ କାରଣ ପାଇଁ ରାତିଅଧରେ ଏହି ଗାଁକୁ ଆସିଛନ୍ତି କିଛି କହିନଥିଲେ। ଏପରିକି ଛାଡିଯାଇଥିବା ବାଇକରେ ଗୋଟିଏ ଜରି ବସ୍ତା ସହ ଧାରୁଆ ମାରଣାସ୍ତ୍ର ଥିବା ଦେଖି ଗ୍ରାମବାସୀମାନେ ସଂଦିଗ୍ଧ ଯୁବକର ହାବଭାବକୁ ନେଇ ସଂଦେହ ପ୍ରକାଶ କରିଥିଲେ। ଏହା ପରେ ଗ୍ରାମବାସୀ ଗାଁର ଗୋଟିଏ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ସଂଦିଗ୍ଧ ଯୁବକକୁ ଉତ୍ତମ ମଧ୍ୟମ ଦେଇଥିଲେ।

ସକାଳୁ ସୂଚନା ପାଇ ଗଣମାଧ୍ୟମର ପ୍ରତିନିଧିମାନେ ପହଚିଂ ଉକ୍ତ ସଂଦିଗ୍ଧ ଯୁବକକୁ ପଚରାଉଚୁରା କରିବାରୁ ଅଟକ ଯୁବକ ଲକ୍ଷ୍ମୀପୁର ଅଞ୍ଚଳର ରାଜକୁମାର ସାଗର ବୋଲି କହିଥିଲେ। ଲକ୍ଷ୍ମୀପୁର ଥାନା ଅଂଚଳରେ ପୁର୍ବରୁ ମଧ୍ୟ ଚୋରି ମାମଲାରେ ଗିରଫ ହୋଇଥିବା ଲକ୍ଷ୍ମୀପୁର ପୁଲିସ କହିଛି। କୋରାପୁଟ ସଦରଥାନା ପୁଲିସ ଗାଁକୁ ଆସିଥିଲେ।

ଗ୍ରାମବାସୀମାନେ ଅଟକ ରଖିଥିବା ଯୁବକ, ବାଇକ ଓ ବାଇକ ସହ ଥିବା ଜରି ବସ୍ତାକୁ ପୁଲିସର ଜିମା ଦେଇଥିଲେ। ଜିଲ୍ଲା ମୁଖ୍ୟାଳୟ କଣ୍ଟ୍ରୋଲ ରୁମରୁ ସଦରଥାନାକୁ ଫୋନ କରି ସୂଚନା ଦେବା ପରେ ସଦରଥାନା ଦଳ ଗାଁକୁ ଯାଇଥିଲେ। ଗାଁରେ ଯୁବକକୁ ଉଦ୍ଧାର କରିବା ସହ ଗୁରୁତର ଥିବାରୁ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ ରୁନୁ ମାଝୀ। ତେବେ ଚୋରି କିମ୍ବା ଅନ୍ୟ କିଛିର ଅଭିଯୋଗ ରୁଣ୍ଡିଆମ୍ବ ଗାଁରୁ ଆସିନି। 

Koraput | Police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe