ଶୁଣିଲାନି ପ୍ରଶାସନ: ପୋଖରୀ-ତୁଠ ସଫା କଲେ ୱାର୍ଡ଼ ବାସିନ୍ଦା

Advertisment

ସ୍ଥାନୀୟ ପ୍ରଶାସନ ଲୋକଙ୍କର ଦାବି ନଶୁଣିବାରୁ ବାଧ୍ୟ ହୋଇ ସେମାନେ ପୋଖରୀ ଓ ତୁଠ ସଫା କରିଛନ୍ତି। ଏଭଳି ଏକ ଖବର ଆସିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୩ ନଂ ୱାର୍ଡ ଶାକିଲାଡିହିରେ।

ସ୍ଥାନୀୟ ପ୍ରଶାସନ ଲୋକଙ୍କର ଦାବି ନଶୁଣିବାରୁ ବାଧ୍ୟ ହୋଇ ସେମାନେ ପୋଖରୀ ଓ ତୁଠ ସଫା କରିଛନ୍ତି। ଏଭଳି ଏକ ଖବର ଆସିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୩ ନଂ ୱାର୍ଡ ଶାକିଲାଡିହିରେ।

Pond in Rairangpur

Pond in Rairangpur Photograph: (sambad.in)

ରାଇରଙ୍ଗପୁର: ସ୍ଥାନୀୟ ପ୍ରଶାସନ ଲୋକଙ୍କର ଦାବି ନଶୁଣିବାରୁ ବାଧ୍ୟ ହୋଇ ସେମାନେ ପୋଖରୀ ଓ ତୁଠ ସଫା କରିଛନ୍ତି। ଏଭଳି ଏକ ଖବର ଆସିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୩ ନଂ ୱାର୍ଡ ଶାକିଲାଡିହିରେ।

ସାକିଲାଡିହିଠାରେ ସର୍ବସାଧାରଣଙ୍କ ନିମନ୍ତେ ଥିବା ଏକ ପୋଖରୀ (ବନ୍ଧ)କୁ କିଛି ବର୍ଷ ପୂର୍ବରୁ ଉନ୍ନତୀକରଣ ସହିତ ପୁନଃଉଦ୍ଧାର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଉକ୍ତ ପୋଖରୀରେ ଅନାବନା ଘାସ, ଲଟା-ବୁଦା ସହିତ ପଲିଥିନ୍, ଅଇଁଠା ଖଲି, ଚଉତି ସମେତ ଅଳିଆ ଆବର୍ଜନାରେ ପରିପୂର୍ଣ ହୋଇଥିଲା। ପାଣି ସଂପୂର୍ଣ୍ଣ ଭାବେ ଦୂଷିତ ହୋଇ ରହିଥିଲା। ସେହି ପୋଖରୀ ପାଣିରେ ଗାଧେଇଲେ ବହୁ ଗ୍ରାମବାସିଙ୍କ କାଛୁ କୁଣ୍ଡିଆ ପ୍ରଭୃତି ହେଉଥିଲା।  

ସେନେଇ ୱାର୍ଡ ବାସିନ୍ଦା ପୋଖରୀକୁ ପରିଷ୍କାର କରିବା ପାଇଁ ପୌର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ। ଫଳରେ ବାଧ୍ୟ ହୋଇ ଗ୍ରାମର କିଛି ସେଚ୍ଛାସେବୀ ଯୁବକମାନେ ମିଶି ଅଳିଆ ଆବର୍ଜ୍ଜନାକୁ ସଫା କରି ପରିଷ୍କାର କରୁଛନ୍ତି। ଏନେଇ ୱାର୍ଡ ବାସିନ୍ଦା ଯୁବକମାନଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। ଯୁବକମାନେ ଗ୍ରାମବାସୀଙ୍କୁ ମଧ୍ୟ ପୋଖରୀକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଅନୁରୋଧ କରିଛନ୍ତି। ପୋଖରୀ ପାଣିକୁ ଦୂଷିତ ନକରିବାକୁ ନିବେଦନ କରିଛନ୍ତି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe