ହାତୀ ଭୟରେ ରାସ୍ତାର ଦୁଇ ପାର୍ଶ୍ଵ ଲଟାବୁଦା ସଫା କଲେ ଗ୍ରାମବାସୀ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ‌ ଲୋକଙ୍କୁ ହାତୀ ଭୟ ଘାରିଛି। ଘୁ.ଉଦୟଗିରି ସହରର ୧ନଂ ୱାର୍ଡ ଅନ୍ତର୍ଗତ ଦୁଗୁଡି ଠାରୁ ଗାମୁଲି ଭିତରେ ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ଦିନ ହେଉକି ରାତି ସବୁବେଳେ ରାସ୍ତାରେ ହାତୀର ଭୟ ଲାଗିରହିଛି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ‌ ଲୋକଙ୍କୁ ହାତୀ ଭୟ ଘାରିଛି। ଘୁ.ଉଦୟଗିରି ସହରର ୧ନଂ ୱାର୍ଡ ଅନ୍ତର୍ଗତ ଦୁଗୁଡି ଠାରୁ ଗାମୁଲି ଭିତରେ ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ଦିନ ହେଉକି ରାତି ସବୁବେଳେ ରାସ୍ତାରେ ହାତୀର ଭୟ ଲାଗିରହିଛି।

1002434621

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ‌ ଲୋକଙ୍କୁ ହାତୀ ଭୟ ଘାରିଛି। ଘୁ.ଉଦୟଗିରି ସହରର ୧ନଂ ୱାର୍ଡ ଅନ୍ତର୍ଗତ ଦୁଗୁଡି ଠାରୁ ଗାମୁଲି ଭିତରେ ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ଦିନ ହେଉକି ରାତି ସବୁବେଳେ ରାସ୍ତାରେ ହାତୀର ଭୟ ଲାଗିରହିଛି। ରାତି ପାହିଲେ ଗାମୁଲି ଗ୍ରାମର ଲୋକ ସହର ଉପରେ ନିର୍ଭରଶୀଳ। ସହରକୁ ନ ଆସିଲେ ନ ଚଳେ। ପୁଣି ଗୋଟିଏ ପାର୍ଶ୍ଵରେ ଜଙ୍ଗଲ ଅନ୍ୟ ଅନ୍ୟ ପାର୍ଶ୍ଵରେ ଚଷ ଜମି। କିନ୍ତୁ ରାସ୍ତାର ଦୁଇ ପାର୍ଶ୍ଵରେ ଲଟା ବୁଦାରେ ପରିପୂର୍ଣ୍ଣ ହେବା ଯୋଗୁଁ ରାସ୍ତାରେ ଯାତାୟତ ବେଳେ ହାତୀର ଗତିବିଧି ଜାଣିପାରୁ ନାହାନ୍ତି ଲୋକ।

ଗୁରୁବାର ରାତିରେ ଗାଁ ଦାଣ୍ଡରେ ବୁଲିଥିଲା। ମକା, ଚିନାବାଦାମ, ବାଉଁଶ ଖାଉଛି। ପାହାଡ଼ିଆ ଝରଣାରେ ଜଳ କ୍ରୀଡ଼ା କରୁଛି। ରାତିର ତୃତୀୟ ପ୍ରହରରେ ଗାମୁଲିରୁ ପଡ଼ିକା ମାହା ଯାଉଛି।

ଗାମୁଲିର ଲୋକମାନେ ଡୁଗୁଡ଼ି ଠାରୁ ଗାମୁଲି ପଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବ ଲଟା ବୁଦା ସଫା କରୁଛନ୍ତି, ହାତୀ ଭୟରେ, ଗାମୁଲିକୁ ହାତୀ ତାର ମାମୁଁଘରକୁ କୁଣିଆ ଗଲା ଲଳି ଦୈନିକ ବୁଲି ଯାଉଛି। ଗୁରୁବାର ରାତିରେ ଗାଁ ଦାଣ୍ଡରେ ବୁଲିଥିଲା। ମକା, ଚିନାବାଦାମ, ବାଉଁଶ  ଖାଉଛି। ପାହାଡ଼ିଆ ଝରଣାରେ ଜଳ କ୍ରୀଡ଼ା କରୁଛି। ରାତିର ତୃତୀୟ ପ୍ରହରରେ ଗାମୁଲିରୁ ପଡ଼ିକା ମାହା ଯାଉଛି। କେତେବେଳେ ଡୁଗୁଡ଼ି ଦେଇକି ତ କେତେବେଳେ ଅଜୟପଡ଼ା ଦେଇ ଯାଉଛି। ଅଞ୍ଚଳର ଲୋକେ ଭୟଭୀତ, ଚାଷ ବେଉସା, ଧାନ ବିଲରୁ ଘାସ ବାଛିବା, ମକା, ବାଦାମ ବାଡ଼ରେ ଜଗିବାକୁ ଯିବାକୁ ଡରୁଛନ୍ତି।

 Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe