ଗ୍ରାମବାସୀଙ୍କ ଦାବି: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଉତ୍ସବକୁ ରାଜନୀତିକରଣ କରାନଯାଉ

ଅଲଚିକି ଲିପିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜନୀତି କରଣ କରା ନଯାଉ ବୋଲି ଦାଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର।

Villagers demand to Sub collector

Villagers demand to Sub collector Photograph: (sambad.in)

ରାଇରଙ୍ଗପୁର: ଅଲଚିକି ଲିପିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜନୀତି କରଣ କରା ନଯାଉ ବୋଲି ଦାଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର। ତେବେ ମେ ମାସ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ତିଥି ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ବିଶାଳ ସମାବେଶ ହେବାକୁ ସ୍ଥିରକୃତ ହୋଇଛି।

ଏହି ଅବସରରେ ଗ୍ରାମବାସୀ କୌଣସି ରାଜନୈତିକ ଦଳର ପ୍ରଭାବଶାଳୀ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ନେଇ କେତେକ ଆଦିବାସୀ ସଂଗଠନ କିଛି ନେତାଙ୍କୁ କାର୍ଯକ୍ରମରେ ଯୋଗଦାନ କରିବା ପାଇଁ ଆମନ୍ତ୍ରଣ କରାଯାଉଥିବାର ସୂଚନା ହସ୍ତଗତ ହୋଇଛି ବୋଲି ଗ୍ରାମବାସୀବିରୋଧ କରିଛନ୍ତି। ଏନେଇ ଉପଜିଲ୍ଲାପାଳଙ୍କୁ ଉକ୍ତ ଟ୍ରଷ୍ଟରରେ ସଦସ୍ୟ ଭାବରେ ରହିବା ପାଇଁ ଗ୍ରାମବାସୀ ନିବେଦନ କରିଥିଲେ। ଯାହା ଫଳରେ ଟ୍ରଷ୍ଟର ଉନ୍ନତି କରଣ ପାଇଁ ଆସୁଥିବା ଅନୁଦାନ ସଠିକ ଭାବରେ ଖର୍ଚ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ।

ଗ୍ରାମବାସୀ କୌଣସି ରାଜନୈତିକ ଦଳର ପ୍ରଭାବଶାଳୀ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ନେଇ କେତେକ ଆଦିବାସୀ ସଂଗଠନ କିଛି ନେତାଙ୍କୁ କାର୍ଯକ୍ରମରେ ଯୋଗଦାନ କରିବା ପାଇଁ ଆମନ୍ତ୍ରଣ କରାଯାଉଥିବାର ସୂଚନା ହସ୍ତଗତ ହୋଇଛି ବୋଲି ଗ୍ରାମବାସୀ ବିରୋଧ କରିଛନ୍ତି।

ଏନେଇ ରାଇରଙ୍ଗପୁର ମୁର୍ମୁ ଛୋକଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। ଉକ୍ତ ଦାବିପତ୍ରରେ ବିଶେଷ ଉଲ୍ଲେଖ ରହିଛି କି ଯେଉଁ ରାଜନୈତିକ ଦଳର ବିଶିଷ୍ଟ ନେତାମାନଙ୍କୁ ଆମନ୍ତ୍ରଣ କରାଯାଉଅଛି ଉକ୍ତ ନେତାମାନଙ୍କ ସହମତି ଯୋଗୁଁ ଦାଣ୍ଡବୋଷ ଗାଁ ଲୋକେ ଆଜି ବେସାହାରା ହୋଇଛନ୍ତି, ଗାଁର ବିକାଶ ତ ହେଉ ନାହିଁ  ବରଂ ଗାଁରେ ଆଦିବାସୀ ଲୋକଙ୍କୁ ସରକାରଙ୍କ ସବୁ ଯୋଜନା ଦେଇ ପୁଣି ସର୍ବସ୍ବ ଲୁଟି ନେଉଛନ୍ତି। ବିପଦରେ ରହିଛି ଦାଣ୍ଡବୋଷ ଗାଁର ଐତିହ୍ୟ। ଗାଁର ସୁରକ୍ଷା ଦିଗରେ କୌଣସି ନେତା ମନ୍ତ୍ରୀ ଆଗକୁ ଆସିଲେ ନାହିଁ। ତେଣୁ ସାନ୍ତାଳ ସମ୍ପ୍ରଦାୟ ଜନନାୟକ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶତ ବାର୍ଷିକ ଜୟନ୍ତୀ ଉତ୍ସବରେ କୌଣସୀ ରାଜନେତାଙ୍କ ଅନୁକମ୍ପା ଆବଶ୍ୟକ ନାହିଁ ବୋଲି ଦାଣ୍ଡବୋଷ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ  କରିଥିବା ଦେଖିବାକୁ ମିଳିଥିଲା।

Mayurbhanj | Pt Raghunath Murmu 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe