ହାତୀ ଘଉଡାଇବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ଲୋକେ

ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଗୋଟିଏ ଦନ୍ତା ଲୋକଙ୍କ ଜୀବନଜୀବିକା ସହ ରାତିର ନିଦ ହଜେଇ ଦେଇଛି। ଗୋଟିଏ ପରେ ଗୋଟିଏ ନିରୀହ ଲୋକଙ୍କ ମୁଣ୍ଡ ଗଡେଇବା ସହ ଗାଈ-ବଳଦଙ୍କୁ ବି ଜୀବନରେ ମାରିବା ସହ ଆହତ କରିବାରେ ଲାଗିଛି।

1002429989

ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଗୋଟିଏ ଦନ୍ତା ଲୋକଙ୍କ ଜୀବନଜୀବିକା ସହ ରାତିର ନିଦ ହଜେଇ ଦେଇଛି। ଗୋଟିଏ ପରେ ଗୋଟିଏ ନିରୀହ ଲୋକଙ୍କ ମୁଣ୍ଡ ଗଡେଇବା ସହ ଗାଈ-ବଳଦଙ୍କୁ ବି ଜୀବନରେ ମାରିବା ସହ ଆହତ କରିବାରେ ଲାଗିଛି। ବ୍ୟାପକ ଫସଲ ହାନୀ କରି ସ୍ଥାନୀୟ ଅଞ୍ଚଳର ଗରିବ ଅଧିବାସୀଙ୍କ ଜୀବନଜୀବିକା ଦୁର୍ବିସହ କରିବା ସହ ଆର୍ଥିକ ମେରୁଦଣ୍ଡ ମୋଡି ଦେଇଛି।

ଲୋକମାନେ ହାତୀ ଭୟରେ ତ୍ରାହିତ୍ରାହି ଡାକ ଦେଲେଣି। ହାତୀ ଆକ୍ରମଣରେ ମାଲାନସୁଗାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅସନ୍ତୁଷ୍ଟ ଜନତା ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ କରି ହାତୀ ପାଗଳ ହୋଇଗଲାଣି ଏଣୁ ଟ୍ରାଙ୍କୁଲାଇଜ କରି ତୁରନ୍ତ ଏଠାରୁ ନେବାକୁ ଦାବି କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରି ଦୀର୍ଘ ସମୟ ବନାଞ୍ଚଳ କାର୍ଯ୍ୟଳୟରେ ବସି ରହିଥିଲେ। ଡିଏଫଓ ପ୍ରତାପ କାଟାପାଲିଙ୍କ ସହ ଫୋନରେ କଥାବାର୍ତ୍ତା ପରେ ଲୋକ ଆନ୍ଦୋଳନରୁ ଓହରି ଥିଲର ହେଲେ ପରଦିନ ସକାଳୁ ଆଡାସୀକୁପା ଗ୍ରାମର ଜଣେ ବୃଦ୍ଧ ଙ୍କୁ ପୁଣି ସେଇ ହାତୀ ଦଳି ମାରିଦେଇଥିଲା।

ଉତ୍ୟକ୍ତ ଲୋକ ଶବ ନେବାକୁ ଦେଇନଥିଲେ ଡିଏଫଓ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ସପ୍ତାହେ ଭିତରେ ଘଉଡ଼ାଇ ଦିଆଯିବ ନଚେତ ଟ୍ରାଙ୍କୁଲାଇଜ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏହାପରେ ଶବ ଉଠିଥିଲା। ହେଲେ ଲୋକ ପୁଣି ଉତ୍ୟକ୍ତ ହେବା ସହ ବନାଞ୍ଚଳ କାର୍ଯ୍ୟାଳୟ ରେ ମୃତକଙ୍କ ଶବ ରଖି ଦୀର୍ଘ ସମୟ ଆନ୍ଦୋଳନ କରିଥିଲେ।  

ଦନ୍ତା ସେମିତି ଏହି ଅଞ୍ଚଳରେ ବୁଲୁଛି। ବନବିଭାଗର ସ୍ୱତନ୍ତ୍ର ରକ୍ଷକ ଗାଡ଼ି ତାର ଟିମ ଅହରହ ଉଦ୍ୟମ ଚଳେଇଛନ୍ତି। ହେଲେ ହାତୀ ତାର ପୁର୍ବ ସ୍ଥାନକୁ ଫେରିବାର ନାଁ ଧରୁନି। ସବୁ ହାତୀ ତାଙ୍କ ନିଜ ପୂର୍ବ ସ୍ଥାନ ଘୁମୁସର ବନଖଣ୍ଡ ଜଙ୍ଗଲକୁ ଫେରି ଯାଇଥିବା ଡିଏଫଓ ଏକ ପ୍ରେସ ମିଟରେ ପ୍ରକାଶ କରିଥିବା ବେଳେ ଏହି ମତ୍ତ ଦନ୍ତା ବି ତା ପୂର୍ବ ସ୍ଥାନକୁ ଫେରିବା ରାସ୍ତାରେ ଅଛି ବୋଲି ସୂଚନା ଦେଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ହାତୀ ସହର ନିକଟ ଗାମୁଲି ଜଙ୍ଗଲରେ ଅଛି। ସେଠୁ ଯିବାର ନାଁ ଧରୁନି। ଏତେ ଦିନ ପରେ ମଧ୍ୟ ହାତୀକୁ ଘଉଡେଇବାରେ ହେଉ କି ଟ୍ରାଙ୍କୁଲାଇଜ କରିବାରେ ବିଫଳ ହେବା ପରେ ଆଜି ସ୍ଥାନୀୟ ଅଞ୍ଚଳର ଯୁବ ସମାଜ ସେବୀ ଆମନ ଚନ୍ଦ୍ର ନାୟକ, ସଶ୍ମିତା ମଲିକ, ସାମନ୍ତ ଶେଖର ନାୟକଙ୍କ ସମେତ ବହୁ ଅଞ୍ଚଳବାସୀ ଫୁଲବାଣୀ ଠାରେ ଜିଲ୍ଲାପାଳ ବେଦ ଭୂଷଣଙ୍କ ସହ ସାକ୍ଷାତ କରି ହାତୀ ସମସ୍ୟା ଉପରେ ଆଲୋଚନା କରିବା ସହ ଏକ ଲିଖିତ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।  Kandhamal | Elephant | Farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe