କଳମା ଜଙ୍ଗଲରେ ବନ୍ୟ ପ୍ରାଣୀ ପାଦ ଚିହ୍ନ ଦେଖି ଲୋକେ ଆତଙ୍କିତ

ସିଂହ ଭଳି ଏକ ଅଜଣା ବନ୍ୟଜନ୍ତୁ ମୟୂରଭଞ୍ଜ ଜିଲ୍ଲା କଳମା ଉପକଣ୍ଠ ଜଇପୁରିଆ ଗ୍ରାମ ଜଙ୍ଗଲ ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ବୁଲୁଥିବାର ଦେଖି ଗୁରୁବାର ମଧ୍ୟାହ୍ନରେ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି। ଗାଁ ଲୋକେ ସିଂହ ବୁଲୁଥିବା ନେଇ ଚର୍ଚ୍ଚା କରିଛନ୍ତିl

lion

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା କଳମା ଉପକଣ୍ଠ ଜଇପୁରିଆ ଗ୍ରାମ ଜଙ୍ଗଲ ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ସିଂହ ଭଳି ଏକ ଅଜଣା ବନ୍ୟଜନ୍ତୁ ବୁଲୁଥିବାର ଦେଖି ଗୁରୁବାର ମଧ୍ୟାହ୍ନରେ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି। ଗାଁ ଲୋକେ ସିଂହ ବୁଲୁଥିବା ନେଇ ଚର୍ଚ୍ଚା କରିଛନ୍ତିl ପରେ ସେମାନେ ସେହି ଅଞ୍ଚଳରେ ଉକ୍ତ ବନ୍ୟଜନ୍ତୁର ପାଦ ଚିହ୍ନ ମଧ୍ୟ ଦେଖିବାକୁ ପାଇଛନ୍ତି, ଯାହାକୁ ନେଇ ସିଂହ ବୁଲୁଥିବା ଚର୍ଚ୍ଚା ଆହୁରି ଜୋର ଧରିଛି। 

ସୂଚନା ଅନୁଯାଇ ଗୁରୁବାର ମଧ୍ୟାହ୍ନରେ ଜଇପୁରିଆ ଗ୍ରାମର କିଛି ଆଦିବାସୀ ଯୁବକ ସ୍ଥାନୀୟ ଜଙ୍ଗଲ ନିକଟବର୍ତ୍ତୀ ହୁଳୁହୁଳିଆ ନଈକୂଳରେ ବୁଲୁଥିବାବେଳେ ସିଂହ ଭଳି ଦେଖାଯାଇଥିଲା। ଏହି ବନ୍ୟଜନ୍ତୁ ବିଜୁଳି ବେଗରେ ଜଙ୍ଗଲ ଭିତରକୁ ପଳାୟନ କରିଥିଲା। ଯୁବକମା‌ନେ ପରେ ଉକ୍ତ ସ୍ଥାନକୁ ଯାଇ ବନ୍ୟଜନ୍ତୁର ପାଦଚିହ୍ନ ଦେଖିଥିଲେ ଓ ଫଟୋ ଉତ୍ତୋଳନ କରିଥିଲେ। ଏହି ଫଟୋ ଓ ସିଂହ ବୁଲୁଥିବା ନେଇ ଗୁଜବ ବିଜୁଳି ବେଗରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା। ଅଞ୍ଚଳରେ ସିଂହ ବୁଲୁଛି ବୋଲି ଚର୍ଚ୍ଚା ଜୋର ଧରିଥିଲାl

ଜଇପୁରିଆ ଗ୍ରାମର କିଛି ଆଦିବାସୀ ଯୁବକ ସ୍ଥାନୀୟ ଜଙ୍ଗଲ ନିକଟବର୍ତ୍ତୀ ହୁଳୁହୁଳିଆ ନଈକୂଳରେ ବୁଲୁଥିବାବେଳେ ସିଂହ ଭଳି ଦେଖାଯାଇଥିଲା। ଏହି ବନ୍ୟଜନ୍ତୁ ବିଜୁଳି ବେଗରେ ଜଙ୍ଗଲ ଭିତରକୁ ପଳାୟନ କରିଥିଲା। ଯୁବକମା‌ନେ ପରେ ଉକ୍ତ ସ୍ଥାନକୁ ଯାଇ ବନ୍ୟଜନ୍ତୁର ପାଦଚିହ୍ନ ଦେଖିଥିଲେ ଓ ଫଟୋ ଉତ୍ତୋଳନ କରିଥିଲେ।

ଉକ୍ତ ଅଞ୍ଚଳର ଲୋକମାନେ ସିଂହ ଆତଙ୍କରେ ଆତଙ୍କିତ ହୋଇ ରହିଥିବାବେଳେ ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କ ନିକଟରେ ସୂଚନା ପହଞ୍ଚିଥିଲାl ପରେ ବିଧାୟକଙ୍କ ନିକଟରୁ ଖବର ପାଇ ବନ ବିଭାଗ ପକ୍ଷରୁ ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ ସଦଳବଳ ପହଞ୍ଚି ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେl

ମନୁୱାର ଖାନଙ୍କ କହିବା ଅନୁଯାଇ ଆମ ତରଫରୁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଛାନଭିନ କରାଯାଇ ଥିଲେ ସୁଦ୍ଧା ମିଳିଥିବା ପାଦ ଚିହ୍ନ ସହିତ ସିଂହର ପାଦଚିହ୍ନ ସମାନ ଦେଖାଯାଉ ନାହିଁ। ବରଂ ଏହା ଅନ୍ୟ କୌଣସି ଅନ୍ୟ ବନ୍ୟଜନ୍ତୁର ପାଦଚିହ୍ନ ବୋଲି ସ୍ପଷ୍ଟ କରିବା ପରେ ସ୍ଥାନୀୟ ଲୋକ ଆଶ୍ବସ୍ତି ଅନୁଭବ କରିଥିଲେ। କିନ୍ତୁ ସମ୍ପୃକ୍ତ କିଛି ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରି ପଚାରିବାରୁ ମୁଁ ଦେଖି ନାହିଁ ମୁଁ ଶୁଣିଛି ବୋଲି ମତାମତ ଦେଉଛନ୍ତିl ତେବେ ଏହା ଏକ ଗୁଜବ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe