ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ପ୍ରଭାବିତ ଗ୍ରାମବାସୀ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେବା ସହିତ ନିକଟରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା ପରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଦୀର୍ଘ ମାସ ହେଲା ହାତୀ ସମସ୍ୟା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ଗ୍ରାମୀଣ ଜୀବନ ଜୀବିକା।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେବା ସହିତ ନିକଟରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା ପରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଦୀର୍ଘ ମାସ ହେଲା ହାତୀ ସମସ୍ୟା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ଗ୍ରାମୀଣ ଜୀବନ ଜୀବିକା।

G Udayagiri

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେବା ସହିତ ନିକଟରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା ପରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଦୀର୍ଘ ମାସ ହେଲା ହାତୀ ସମସ୍ୟା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ଗ୍ରାମୀଣ ଜୀବନ ଜୀବିକା, ଯାହା ଅଞ୍ଚବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅଞ୍ଚଳବାସୀ ସ୍ଥାୟୀ ସମସ୍ୟାର ସମାଧାନ ଚାଁହୁଛନ୍ତି।

ଏହାର ସ୍ଥାୟୀ ସମାଧାନ ପାଇଁ ମାଲାନସୁଗା, ପୁକୁଲିଙ୍ଗିଆ, ପାଜୀମାହା, ଗମ୍ଭାରୀଗୁଡାର ଗ୍ରାମର ଶତାଧିକ ଲୋକେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମବାସୀ ଆବଶ୍ୟକ ପ୍ରମାଣ ପତ୍ର ସହିତ କ୍ଷତିପୂରଣ ପାଇଁ ଲିଖିତ ଆବେଦନ କରିଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ କରାଗଲେ ଉପକୃତ ହେବେ ବୋଲି କହିଛନ୍ତି ପୀଡ଼ିତ ପରିବାର।

ଅନ୍ୟ ପଟେ ଦୁଇଟି ଜୀବନ ଗଲା ପରେ ଆକ୍ସନକୁ ଆସିଛି ବନ ବିଭାଗ। ଆଉ ଯେପରି ଧନ ଜୀବନ ନଷ୍ଟ ନହୁଏ ସେଥିପାଇଁ ଜୋର ଦେଇ ଦିନରାତି ଏକ କରି ଦେଇଛି ବନବିଭାଗ। ବନବିଭାଗ ସହିତ ପୁଲିସ ବିଭାଗ ଗାଡ଼ି ଗାଁକୁ ଗାଁ ବୁଲି ଲୋକଙ୍କୁ ସତର୍କ କରିବା ପାଇଁ ପଇଁତରା ମାରୁଛି ରକ୍ଷକ ଗାଡ଼ି। ଲୋକଙ୍କ କ୍ଷତିପୂରଣ ସରକାରଙ୍କ ନିକଟକୁ ପାଠ ଯାଇଛି ଆବଶ୍ୟକୀୟ ତଦନ୍ତ ପରେ ଖୁବ ଶିଘ୍ର କ୍ଷତି ପୂରଣ ଆସିବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ।

ଅନ୍ୟପକ୍ଷରେ ଗତରାତିରେ ଗୋଟିଏ ଦନ୍ତା ମୁକୁଲିଙ୍ଗିଆ ଗ୍ରାମରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଗ୍ରୀଲ ତାଡିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି। ହାତୀ ଭୟରେ ମୁକୁଲିଙ୍ଗିଆ ଗ୍ରାମବାସୀ ରାତିସାରା ଉଜାଗର ରହିଥିବା ଜଣାପଡିଛି। ଅନ୍ୟ ଏକ ଦନ୍ତା ପାବୁରିଆ ଘୁ.ଉଦୟଗିରି ମୁଖ୍ୟ ସଡ଼କ ଏକ ସ୍ଥାନରେ ଥିବା ବନବିଭାଗ କର୍ମଚାରୀ ଠାବ କରିଥିବା ବେଳେ ଘୁ.ଉଦୟଗିରି ରୁ ଯେଉଁ ରାସ୍ତାରେ ସେ ଯାଇଥିଲା ସେଇ ରାସ୍ତାରେ ପୁଣି ଫେରୁଥିବା ଜଣାପଡ଼ିଛି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe