ମଦ ବୋଝେଇ ବାଇକ ସହ ମାଷ୍ଟର ମାଇଣ୍ଡକୁ ମାଡ଼ି ବସିଲେ ଗାଁ ଲୋକ

ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ଚୋରା ମଦ କାରବାର ସମ୍ପୂର୍ଣ ରୂପେ ବନ୍ଦ କରିବାକୁ ୧୨ ଖଣ୍ଡ ଗାଁର ଲୋକ ଶପଥ ନେଇଛନ୍ତି। ମଦ କାରବାର ଫଳରେ ଗାଁ ପରିବେଶ କଳୁଷିତ ହେଉଛି।

wine balipatna

Wine seized in Balipatna Photograph: (sambad.in)

ବାଲିପାଟଣା: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଅଞ୍ଚଳରେ ଚୋରା ମଦ କାରବାର ସମ୍ପୂର୍ଣ ରୂପେ ବନ୍ଦ କରିବାକୁ ୧୨ ଖଣ୍ଡ ଗାଁର ଲୋକ ଶପଥ ନେଇଛନ୍ତି। ମଦ କାରବାର ଫଳରେ ଗାଁ ପରିବେଶ କଳୁଷିତ ହେଉଛି। ମହିଳା, ଶିଶୁ, ବୃଦ୍ଧ, ବୃଦ୍ଧା ଭୟ ଓ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ମଦୁଆଙ୍କ ଉତ୍ପାତ ବୃଦ୍ଧି ପାଉଛି। ପ୍ରତିବାଦ କଲେ ଗାଁ ଲୋକେ ମଦ ବେପାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। 

ଏ ନେଇ କିଛି ଦିନ ହେଲା ମଦ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି। ଅଭିଯୋଗ କଲେ ପୁଲିସ ଓ ଅବକାରୀ ବିଭାଗ ଶୁଣୁ ନ ଥିଲା। ଏହି ୨ ବିଭାଗର ବିଚିତ୍ର ଚଢ଼ଉ ଲୋକଙ୍କୁ ବିସ୍ମିତ କରିଥିଲା। ହେଲେ ଆଜି ସ୍ଥାନୀୟ ଲୋକେ ମଦ ବୋଝେଇ ବାଇକ ସହ ଜଣଙ୍କୁ କାବୁ କରି ଅବକାରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି। ମଦ ବେପାରୀଙ୍କ ମାଷ୍ଟର ମାଇଣ୍ଡ ତଥା ମଧ୍ୟସ୍ତି ପାଲଟି ଥିବା ସ୍ଥାନୀୟ ଗୋଲାମହମ୍ମଦ ପାଟଣା ଗ୍ରାମର କାଳନ୍ଦୀ ସାହୁଙ୍କୁ ଅବକାରୀ ବିଭାଗ ହେପାଜତକୁ ନେଇଛି। କାଳନ୍ଦୀ ଠାରୁ ୫୩ ବୋତଲ ବିଦେଶୀ ମଦ ଏବଂ ବାଇକ ଜବତ ହୋଇଛି।

ବାଲିପାଟଣା ଥାନା ଭାକର ସାହି ଏବଂ ମଝିହରା ପଞ୍ଚାୟତର ୧୨ ଖଣ୍ଡ ଗାଁ ଲୋକେ ଚୋରା ମଦ ବିକ୍ରିକୁ ତୀବ୍ର ବିରୋଧ କରି ଆସୁଛନ୍ତି। ସପ୍ତାହେ ହେଲା ଗାଁର ପୁରୁଷ, ମହିଳା, ଛାତ୍ରଛାତ୍ରୀ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଲୋକେ ପୁଲିସ ଶୁଣୁ ନ ଥିଲା। ମଦ ବେପାରୀଙ୍କ ହାତ ବାରିସୀ ସାଜି ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ତୁ କୁନ୍ତୁ ହେଉଥିଲା। ଜିଦରେ ଅଟଳ ଥିବା ଗ୍ରାମବାସୀ ବିଭିନ୍ନ ଉପାୟରେ ପ୍ରତିବାଦ ଜାରି ରଖିଥିଲେ।

ଦାବି ଜୋରଦାର ହେବା ପରେ ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ଖାଲି ହାତରେ ଫେରୁ ଥିଲା। ହେଲେ ଉକ୍ତ ଅଞ୍ଚଳରେ ମଦ ବେପାର ବନ୍ଦ ହୋଇ ନ ଥିଲା। ଏତିକି ବେଳେ ମଦ ବେପାରୀଙ୍କ ପାଇଁ ମଧ୍ୟସ୍ତି ପାଲଟିଥିଲା ପାଖ ଗାଁର କାଳନ୍ଦୀ।  

Bhubaneswar | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe