Padmalochan Panda and Pramila Mallick. Photograph: (sambad.in)
ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସରକାରରେ ୫ଟି ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍ଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଆରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଟାର୍ଗେଟ୍ କରିଛନ୍ତି। ପାଣ୍ଡିଆନ୍ଙ୍କୁ ନେଇ ଶ୍ରୀ ପଣ୍ଡା ସାଙ୍ଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଣ୍ଡିଆନ ପାଗଳ କରି ରଖିଥିଲେ। ମେଡିସିନ୍ ଦିଆଯାଉଥିବାରୁ ନବୀନ ବାବୁ କିଛି ବୁଝି ପାରୁନଥିଲେ କି ଜାଣିପାରୁ ନଥିଲେ। ନବୀନ ବାବୁଙ୍କ ହାତକୁ ପାଣ୍ଡିଆନ୍ କେତେବେଳେ ତାଙ୍କ ହାତ ମାଡ଼ି ବସୁଥିଲେ ତ କେତେବେଳେ ଗୋଇଠା ମାରୁଥିଲେ। ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବା ପରେ ନବୀନଙ୍କ ଭାଗ୍ୟ ବଦଳିଛି।
ପଦ୍ମଲୋଚନ କହିଛନ୍ତି, ନବୀନ ବାବୁ ଏବେ ସବୁ ବୁଝିପାରୁଛନ୍ତି। ସମସ୍ତଙ୍କ ସହ ମିଶୁଛନ୍ତି। ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାଙ୍କ ପାଇଁ ଭଲ ହୋଇନଥାନ୍ତା। ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପାଣ୍ଡିଆନ ଚାହୁଁ ନଥିଲେ।
ସେପଟେ ଅଭିଯୋଗର ଜବାବ ରଖିଛି ବିଜେଡି। ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମନ୍ତ୍ରୀ ପଦ ପାଇବାକୁ ପଦ୍ମଲୋଚନ ଆଶାୟୀ ଅଛନ୍ତି। ସେଥିପାଇଁ ନବୀନଙ୍କ ନାଁ ନେଇ ସେ ମନ୍ତ୍ରୀପଦ ପାଇବାକୁ ଚାହୁଁଛନ୍ତି। ସେଥିପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି।
politics | BJD | VK Pandian | Naveen Pattnaik
Follow Us