ଏକମାସ ଧରି ଚାଲିବ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା

Advertisment

ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏହି ପ୍ରକ୍ରିୟା ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ। ଏଥିନିମନ୍ତେ ବ୍ୟାପକ ଜନସଚେତନତା ଜାଗ୍ରତ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ବିଶାଳ ୱାକାଥନ୍‌ ଓ ପଥ ଉତ୍ସବର ଆୟୋଜନ କରାଯାଇଥିଲା।

ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏହି ପ୍ରକ୍ରିୟା ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ। ଏଥିନିମନ୍ତେ ବ୍ୟାପକ ଜନସଚେତନତା ଜାଗ୍ରତ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ବିଶାଳ ୱାକାଥନ୍‌ ଓ ପଥ ଉତ୍ସବର ଆୟୋଜନ କରାଯାଇଥିଲା।

Mkg path utshav

ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏହି ପ୍ରକ୍ରିୟା ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ। ଏଥିନିମନ୍ତେ ବ୍ୟାପକ ଜନସଚେତନତା ଜାଗ୍ରତ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ବିଶାଳ ୱାକାଥନ୍‌ ଓ ପଥ ଉତ୍ସବର ଆୟୋଜନ କରାଯାଇଥିଲା। ପତାକା ଦେଖାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌.ଗୋପାଳନ୍‌ ଏହାର ଶୁଭାରମ୍ଭ କରିଥିଲେ। ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରୁ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ଲାକାର୍ଡମାନ ଧରି ରାମମନ୍ଦିର ଆଡ଼କୁ ପଦଯାତ୍ରାରେ ଯାଇଥିଲେ। ପାରମ୍ପରିକ ବାଦ୍ୟର ପଛେ ପଛେ ଯାଉଥିବା ଛାତ୍ରଛାତ୍ରୀମାନେ ବ ପିୁଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଏହି ୱାକାଥନ୍‌ରେ ଭାଗ ନେଇ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପ୍ରକି୍ରୟାରେ ନିଜ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।

ପରେ କ୍ୟାପିଟାଲ ହାଇସ୍କୁଲ ନିକଟରେ ପଥ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍‌ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି, ଟୋକିଓ ପାରାଅଲିମ୍ପିକ୍‌ସର ବ୍ୟାଡ୍‌ମିଣ୍ଟନ୍‌ ବିଜେତା ପ୍ରମୋଦ ଭଗତ, ପାରାଅଲିମ୍ପିକ୍‌ସର ୨ ହଜାର ମିଟର ଦୌଡ଼ ବିଜେତା କମଳାକାନ୍ତ ନାୟକ, କିନ୍ନର ସାଧନା ମିଶ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀକାନ୍ତ ସାହୁ, ଉପନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍‌ କହିଲେ ଯେ ପ୍ରତ୍ୟେକ ନାଗରିକ ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ନିଶ୍ଚିତ ଭାବେ ନାମ ପଞ୍ଜୀକରଣ କରିବା ଉଚିତ। ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ସହ ନିର୍ବାଚନରେ ଶତପ୍ରତିଶତ ଅଂଶଗ୍ରହଣ କରି ଗଣତନ୍ତ୍ରକୁ ମଜବୁତ କରିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ଗଣତନ୍ତ୍ର ଓ ନିର୍ବାଚନ ହେଉଛି ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ପରି ଓ ଗୋଟିଏ ବିନା ଅନ୍ୟଟି ସମ୍ଭବ ନୁହେଁ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ରାଣା ମତବ୍ୟକ୍ତ କରିଥିଲେ।

ଶ୍ରୀ ଭଗତ କହିଲେ ଯେ ଭୋଟର ତାଲିକାର ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମୟରେ ଅଧିକରୁ ଅଧିକ ନୂତନ ଯୁବ ଭୋଟର (୧୮-୧୯ ବର୍ଷ)ଙ୍କୁ ତାଲିକାଭୁକ୍ତ କରିବା ବାସ୍ତବିକ ପ୍ରଶଂସନୀୟ କାର୍ଯ୍ୟ। ଶ୍ରୀ ନାୟକ କହିଲେ ଯେ ରାଜ୍ୟ ତଥା ଦେଶର ଭୋଟରମାନେ ସଚେତନ ରହି ନିରପେକ୍ଷ ଭାବେ ମତଦାନ କଲେ ଦେଶର ଗଣତନ୍ତ୍ର ସୁଦୃଢ଼ ହୋଇପାରିବ।  କିନ୍ନର ସାଧନା ମିଶ୍ର କହିଲେ ଯେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଠିକ ମାର୍ଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଭୋଟର, ବିଶେଷ କରି ମହିଳା ଓ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇବ, ଏଥିରେ ସନ୍ଦେହ ନାହି।

ଖୋର୍ଦ୍ଧାର ଉପ ଜିଲ୍ଲାପାଳ ଅନନ୍ୟା ପୃଷ୍ଟି ଦେଶର ନିର୍ବାଚନ ସମ୍ବନ୍ଧୀୟ ଏକ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କୁଇଜ୍‌ର ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଏକ ଲୋକ ନାଟକ ପରିବେଷିତ ହୋଇଥିଲ। ରଙ୍ଗେ।ଲି ପ୍ରତିଯୋଗିତାରେ ଭାଗ ନେଇ ଛାତ୍ରୀମାନେ ପୁରସ୍କୃତ ହୋଇଥିଲେ। ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ବଦ୍ଧର୍ତି କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe