ଭୋଟ୍ ଦେଉଛି ଦିଲ୍ଲୀ: ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ବୁଧବାର) ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସବୁ ବୁଥ୍ ରେ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି ପରିଲକ୍ଷିତ ହୋଇଛି। ସନ୍ଧ୍ୟା ୬ଟା‌ ପର୍ଯ୍ୟନ୍ତ ମତଦାନ ଚାଲିବ।

ନଭେମ୍ବର ୯ରେ ହିମାଚଳ ବିଧାନସଭା ପାଇଁ ଭୋଟ: ଡିସେମ୍ବର ୧୪ ପୂର୍ବରୁ ଗୁଜରାଟ ନିର୍ବାଚନ

ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ବୁଧବାର) ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସବୁ ବୁଥ୍ ରେ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି ପରିଲକ୍ଷିତ ହୋଇଛି। ସନ୍ଧ୍ୟା ୬ଟା‌ ପର୍ଯ୍ୟନ୍ତ ମତଦାନ ଚାଲିବ। ଏଥର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର ହେଉଥିବା ଚର୍ଚ୍ଚା ହେଉଛି।

ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଆପ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୨୪ ସେପ୍ଟେମ୍ବରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀ ନିର୍ବାଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଆତିଶୀଙ୍କ ନେତୃତ୍ବାଧୀନ ଶାସକ ଆପ୍‌ ଦଳକୁ ବିଜେପି ଏବଂ କଂଗ୍ରେସଠାରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି। ଚଳିତ ବିଧାନସଭା ନିର୍ବାଚନରେ ମୋଟ୍‌ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।  ଲଗାତାର ୨ ଥର ଦିଲ୍ଲୀରେ ଶାସନ୍‌ରେ ରହିଥିବା ଆପ୍‌ ଚଳିତ ଥର ହାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛି।  ଅନ୍ୟପ‌କ୍ଷେ ବିଜେପି ବି ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି। ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ପାଇଁ ବି ଚଳିତ ନିର୍ବାଚନ ସମ୍ମାନର ପ୍ରସଙ୍ଗ ପାଲଟିଛି। ଇଣ୍ଡି ମେଣ୍ଟ ସହଯୋଗୀ ସପା, ଟିଏମ୍‌ସି ଏବଂ ଅନ୍ୟ ଦଳମାନେ ଦିଲ୍ଲୀରେ ଆପ୍‌କୁ ସମର୍ଥନ କରିଥିବାରୁ କଂଗ୍ରେସ ପାଇଁ ଦିଲ୍ଲୀରେ ଚ୍ୟାଲେଞ୍ଜ ବଢ଼ିଛି।  

ନିର୍ବାଚନ କମିସନ୍‌ଙ୍କ ସୂଚନା ଅନୁଯାୟୀ, ୧୫.୫ ନିୟୁତରୁ ଅଧିକ ଭୋଟର ଦିଲ୍ଲୀରେ ୧୩,୦୩୩ କେନ୍ଦ୍ରରେ ଭୋଟ୍‌ ଦେବେ। ଲମ୍ବା ଧାଡ଼ିରେ ଠିଆ ନହେବାପାଇଁ ଏବଂ ସହଜ ଭୋଟ୍‌ ପରିଚାଳନା ପାଇଁ ମତଦାତାମାନେ ବୁଥ୍‌ ନିକଟରେ ଆଗୁଆ ପହଞ୍ଚିବାକୁ ନିର୍ବାଚନ କମିସନ୍‌ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଆପ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୨୪ ସେପ୍ଟେମ୍ବରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀ ନିର୍ବାଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଆତିଶୀଙ୍କ ନେତୃତ୍ବାଧୀନ ଶାସକ ଆପ୍‌ ଦଳକୁ ବିଜେପି ଏବଂ କଂଗ୍ରେସଠାରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି। ଚଳିତ ବିଧାନସଭା ନିର୍ବାଚନରେ ମୋଟ୍‌ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।  ଲଗାତାର ୨ ଥର ଦିଲ୍ଲୀରେ ଶାସନ୍‌ରେ ରହିଥିବା ଆପ୍‌ ଚଳିତ ଥର ହାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛି।  ଅନ୍ୟପ‌କ୍ଷେ ବିଜେପି ବି ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି। ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ପାଇଁ ବି ଚଳିତ ନିର୍ବାଚନ ସମ୍ମାନର ପ୍ରସଙ୍ଗ ପାଲଟିଛି। ଇଣ୍ଡି ମେଣ୍ଟ ସହଯୋଗୀ ସପା, ଟିଏମ୍‌ସି ଏବଂ ଅନ୍ୟ ଦଳମାନେ ଦିଲ୍ଲୀରେ ଆପ୍‌କୁ ସମର୍ଥନ କରିଥିବାରୁ କଂଗ୍ରେସ ପାଇଁ ଦିଲ୍ଲୀରେ ଚ୍ୟାଲେଞ୍ଜ ବଢ଼ିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe